
-
ପଞ୍ଚମ ଦିବସରେ ବିଷୟ ଅଯୋଧ୍ୟା କାଣ୍ଡ
ଶାରଦା ଦେବୀ ରୋଡ଼ ସ୍ଥିତ ସୁନ୍ଦରକାଣ୍ଡ ଭବନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସଙ୍ଗୀତମୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ଆଜି ପଞ୍ଚମ ଦିବସ |ପଞ୍ଚମ ଦିବସ ଅବସରରେ ବିଷୟ ବସ୍ତୁ ଥିଲା
(ଅଯୋଧ୍ୟା କାଣ୍ଡ)ର
-ସୁମନ୍ତ ଅଯୋଧ୍ୟା ଫେରିବା ଓ ସର୍ବତ୍ର ଶୋକ ଦେଖିବା,
-ଦଶରଥ -ସୁମନ୍ତ ସମ୍ବାଦ ଓ ଦଶରଥ ମୃତ୍ୟୁ,
-ମୁନି ବଶିଷ୍ଠ ଭାରତଙ୍କୁ ଡାକିବା ପାଇଁ ଦୂତ ପଠାଇବା,
-ଶ୍ରୀ ଭରତ ଓ ଶତ୍ରୁଘ୍ନ ଆଗମନ ଓ ଶୋକ,
-ଭରତ -କୌଶଲ୍ୟା ସମ୍ବାଦ ଏବଂ ଦଶରଥଙ୍କ ଶେଷକୃତ୍ୟ,
-ବଶିଷ୍ଠ – ଭରତ ସମ୍ବାଦ, ଶ୍ରୀରାମ ଜୀଙ୍କୁ ବନବାସ ରୁ ଫେରାଇ ଆଣିବା ପାଇଁ ପ୍ରୟାସ,
-ଅଯୋଧ୍ୟାବାସୀ ଙ୍କ ସହିତ ଶ୍ରୀ ଭରତ ଓ ଶତ୍ରୁଘ୍ନ ଙ୍କ ବନଗମନ,
-ନିଷାଦଙ୍କ ଶଙ୍କା ଓ ସାବଧାନି,
-ଭରତ -ନିଷାଦ ମିଳନ ଏବଂ ସମ୍ବାଦ, ଭରତ ଜୀ ଓ ନଗରବାସୀଙ୍କ ପ୍ରେମ,
-ଭରତଜୀ ପ୍ରୟାଗ ଗ୍ରସ୍ତ ଓ ଭରତ ଓ ଭରଦ୍ୱାଜ ସମ୍ବାଦ,
-ଭରଦ୍ୱାଜଙ୍କ ଦ୍ୱାରା ଭରତଙ୍କୁ ସତ୍କାର,
-ଇନ୍ଦ୍ର -ବୃହସ୍ପତି ସମ୍ବାଦ,
-ଶ୍ରୀ ଭରତ ଜୀ ଚିତ୍ରକୂଟ ଯିବା ରାସ୍ତାରେ,
ବନ ଗମନ |
ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ରାମାୟଣ ପାଠ କରିଥିଲେ |ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟ | କାର୍ତ୍ତିକ ପଣ୍ଡା, ଗଣେଶ୍ୱର ପଣ୍ଡା, ଲଷ୍ମୀପ୍ରିୟା ପଣ୍ଡା,ଅଞ୍ଜଳି ମୁଣ୍ଡ,ଶିବାନୀ ପଣ୍ଡା, ମନୋଜ କୁମାର ପଣ୍ଡା, ବିଭୂ ପ୍ରସାଦ ପଣ୍ଡା, ନାରାୟଣ ପଣ୍ଡା, ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା, ସାଂନଭି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |