ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ସଂଘ (ଆଇଏସ୍ପି୍ଏ) ର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ମହକାଶ ଶିଳ୍ପ ପ୍ରତିନିଧୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।
ଆଇଏସ୍ପିସଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀମାନର ଅଗ୍ରଣୀ ଶିଳ୍ପ ସଂଘ ଯାହା ଭାରତୀୟ ମହାକାଶ ଶିଳ୍ପର ମିଳିତ ସ୍ୱର ହେବାକୁ ଇଚ୍ଛା କରେ । ଏହା ନୀତି ପ୍ରଚାର ଏବଂ ସରକାର ଓ ଏହାର ସହଯୋଗୀଙ୍କ ସମେତ ଭାରତୀୟ ମହାକାଶ ଡୋମେନ୍ର ସମସ୍ତ ହିତାଧିକାରୀଙ୍କ ସହ ଜଡିତ ହେବ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରତିପାଦିତ କରି ଆଇଏସ୍ପିଏ ଉନ୍ନତ ବୈଷୟିକ ତଥା ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଖେଳାଳି ଭାବେ ଭାରତକୁ ଆତ୍ମର୍ନିଭର କରିବାରେ ସାହାଯ୍ୟ କରିବ ।
ମହାକାଶ ଏବଂ ଉପଗ୍ରହ ଜ୍ଞାନକୌଶଳ କ୍ଷେତ୍ରରେ ଉନ୍ନତ ସାମର୍ଥ୍ୟ ସହିତ ଅଗ୍ରଣୀ ସ୍ୱଦେଶୀ ଓ ବିଶ୍ୱସ୍ତରୀୟ ନିଗମ ଗୁଡିକୁ ଆଇଏସ୍ପିଶଏ ପ୍ରତିନିଧିôତ୍ୱ କରେ । ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାର୍ସନ ଆଣ୍ଡ ଟୁବ୍ରୋ, ନେଲକୋ (ଟାଟା ଗ୍ରୁପ୍), ୱାନ ୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁଇଣ୍ଡିଅ ।, ୱାଲଚନ୍ଦନଗର ଶିଳ୍ପଗୋଷ୍ଠି ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ୍ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ମୂଳ ସଦସ୍ୟମାନଙ୍କ ମଧ୍ୟରେ ଗୋଡ୍ରେଜ୍, ହ୍ୟୁଗେସ ଇଣ୍ଡିଆ, ଆଜିସ୍ତା-ବିଏସଟି ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍, ବିଇଏଲ୍, ସେଂଟମ୍ ଇଲେକ୍ଟ୍ରୋନିକ୍ସ, ମ୍ୟାକ୍ସାର୍ ଇଣ୍ଡିଆ ଅନ୍ତର୍ଭୁକ୍ତ ।