କନ୍ଧମାଳ – କନ୍ଧମାଳ ଜିଲାର ମାଓ ଅଧୁ୍ୟସିତ କୋଟଗଡ ବ୍ଳକରେ ଜମିଜମା ଗଣ୍ଡୋଗୋଳକୁ ନେଇ ତଥା ବିନା ଅଭିଯୋଗରେ ପୋଲିସ ଓ ଜବାନ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହିତ ଏଥିରେ ବିରୋଧ କରିବାରୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଠେଲାପେଲା କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କୋଟଗଡ଼ ବ୍ଲକ ଅର୍ନ୍ତଗତ ସୂବର୍ଣ୍ଣଗିରି ପଂଚାୟତର ବାଣ୍ଡିପଡ଼ା ଗ୍ରାମର ଅମିତ ବଡ଼ସେଠ ତାଙ୍କ ଯାଗାରେ ଘର ତିଆରି କରୁଥିବାବେଳେ ବିବାଦୀୟ ଥିବା ସେହି ଯାଗାର ଦାବେଦାର ଅପରପକ୍ଷଙ୍କ ପ୍ରରୋଚନାରେ ସେହି ଅଂଚଳର ପୋଲିସ ଓ ସିଆରପିଏଫ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇ ଚିକିତ୍ସା କରାଯାଉଥିବା କହିଛନ୍ତି ଅମିତ ବଡସେଠ୍ । ଜମି ବିବାଦକୁ ନେଇ ଗ୍ରାମବାସୀଙ୍କ ସହ ଅମିତଙ୍କ ପରିବାରର ଅଶାନ୍ତି ପୂର୍ବରୁ ରହିଥିଲା; ତେଣୁ ଏକ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଅମିତ ଓ ତାଙ୍କ ସ୍ତ୍ରୀଙ୍କୁ ଜେଲ ପଠାଇଥିଲେ ଗ୍ରାମବାସୀ । ଏହି ଘଟଣାର ଏକ ସପ୍ତାହ ପୂର୍ବେ ଜେଲରୁ ଆସିଥିବା କହିଛନ୍ତି ଅମିତ । ଘଟଣା ଦିନ ସ୍ୱାମୀ ସ୍ତ୍ରୀ ଉକ୍ତ ଯାଗାରେ ଘର ତିଆରୁ କରୁଥବା ବେଳେ କିଛି ଗ୍ରାମବାସୀ ପୋଲିସ ଓ ସିଆରପିଏଫଙ୍କୁ ଡ଼କାଇ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଅମିତ ଓ ତାଙ୍କ ସ୍ତ୍ରୀ । ଏଥିପାଇଁ ସେମାନଙ୍କୁ ବାରଣ କରିବାରୁ ଅମିତଙ୍କ ସ୍ତ୍ରୀଙ୍କୁ ମଧ୍ୟ ଠେଲା ପେଲା କରିଥିବା ଅଭିଯୋଗ କରିଛନ୍ତି ଦମ୍ପତି । ବିନା ଦୋଷରେ ପୋଲିସ ଓ ସିଆପିଏଫର କର୍ମଚାରୀ ତାଙ୍କୁ ମାଡ଼ ମାରିଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଦାବି କରିଛନ୍ତି ସ୍ୱାମୀସ୍ତ୍ରୀ । ଏ ନେଇ କୋଟଗଡ଼ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି କୋଟଗଡ ଥାନା ଅଧିକାରୀ ହରମୋହନ ନାୟକ ।