ଭୁବନେଶ୍ୱର – ତୂଳୀତଳ୍ପ ଶଯ୍ୟାରେ ଶୋଇ ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇ ପାରେ, ମାତ୍ର ଗଳ୍ପ ନୁହେଁ । ଗଳ୍ପ ଲେଖିବା ପାଇଁ ଜୀବନର ସୁଖ ଦୁଃଖ, ହସ କାନ୍ଦ, ସ୍ୱପ୍ନ ଓ ସଂଗ୍ରାମକୁ ନେଇ ଗଭୀର ଅନୁଭୂତି ଆବଶ୍ୟକ । ଇଂ ବିଦ୍ୟାଧର ପଣ୍ଡାଙ୍କ ଯୁଗ୍ମ ଗଳ୍ପ ସଂକଳନ ‘ପ୍ରଥମ ପ୍ରେମ’ ଓ ‘ତଲାସ’ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । \nପ୍ରକାଶନ ସଂସ୍ଥା ‘ଟାଇମ୍ ପାସ୍’ ପକ୍ଷରୁ ସ୍ଥାନୀୟ ହୋଟେଲ କେଶରୀଠାରେ ଆୟୋଜିତ ପୁସ୍ତକ ପର୍ବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଥାକାର ଓ ବାଗ୍ମୀ ଅଧ୍ୟାପକ ବିଶ୍ୱରଞ୍ଜନ । ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ କବି ସମ୍ପଦ ନାୟକ ଓ କଥାକାର ମନୋଜ ଦଳବେହେରା । ଏହି ଅବସରରେ ଲେଖକ ବିଦ୍ୟାଧର ପଣ୍ଡା ନିଜ ଗଳ୍ପ ଲେଖାର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଯୁବକବି ଦେବପ୍ରକାଶ ନାୟକ ସଂଚାଳନ କରିଥିବା ବେଳେ ଟାଇମ୍ ପାସ୍ର ନିର୍ଦ୍ଦେଶକ ସରରେଜ ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅବିନାଶ ସାହୁ, ବଳରାମ ନାୟକ, ପ୍ରିୟାଂଶୁ ପ୍ରିୟଦବେ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସଯୋଗ କରିଥିଲେ ।
Related Stories
November 22, 2024