ଭୁବନେଶ୍ୱର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (ଜିପିଟିଏ) ବିକାଶ ବେହେରାଙ୍କ ଘରେ ଚଢାଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ଚଢାଉ ସମୟରେ ତାଙ୍କର ପ୍ରାୟ ୬୦ଟି ପ୍ଲଟ ସମେତ ଅନ୍ୟାନ୍ୟ ସମ୍ପତ୍ତି ଥିବା ଜଣାପଡ଼ିଛି ।ଭିଜିଲାନ୍ସ ବିଭାଗରୁ ଟ୍ୱିଚ କରି ଏହି ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ଭିଜିଲାନ୍ସର ୩ଟି ଟିମ ବାଲାମସ୍ଥିତ ବିକାଶଙ୍କ ଘର ସମେତ ଜିଲ୍ଲାର ୩ଟି ସ୍ଥାନରେ ଏକ ସମୟରେ ଚଢଉ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିକାଶଙ୍କର ଗୋଟିଏ ଦୁଇ ମହଲା କୋଠା, ୬୦ଟି ପ୍ଲଟ, ଗୋଟିଏ ଚାରିଚକିଆ ଯାନ ଅଛି । ଏହା ସହିତ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।। ଟିମରେ ୪ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର ଅଛନ୍ତି ।