କୋରେଇ – କୋରାଇ ବ୍ଳକ ଅନ୍ତର୍ଗତ ଶଙ୍ଖଚିଲା ହାଟପଡିଆରେ ସ୍ଥାନୀୟ ୟୁଥ କମିମଟ ପକ୍ଷରୁ ୫ମ ବାର୍ଷିକ କାଳୀ ପୂଜା ଅନୁÂିତ ହୋଇଛି । ଶୋଡଷପୂଜା ଉପଚାର କରାଯିବା ପରେ ମା’ଙ୍କ ନିକଟରେ୧୦୮ଆହୂତି ଦିଆଯାଇଥିଲା । ପ୍ରତ୍ୟାହ ସନ୍ଧ୍ୟାରେ ନାମସଂକିର୍ତନ କରାଯିବା ସହ ରୀତିନୀତି ଅନୁଯାଇ ମା’ଙ୍କ ପୂଜାର୍ଚ୍ଚନା ଲାଗିରହିଛି । ସେହିପରି ପାଣିକୋଇଲିର ମା’ କାଳୀ ପୁଜା କମିଟି ତରଫରୁ ୨୨ତମ ମା‘କାଳୀଙ୍କ ପୂଜାର୍ଚ୍ଚନା ମହାସମାରେୀାହରେ ଚାଲିଛି । କର୍ତା ଭାବେ ପ୍ରକାଶ ରାଓ ଭୁକ୍ତା, କୈଳାସ ବିଶ୍ୱାଳ, ରମାକାନ୍ତ ମହାନ୍ତି ପ୍ରମୁଖ ମା’ ଜାଗୁଳାଇ ପୋଖରୀରୁ ପବିତ୍ର ଜଳ ଆଣି ମାଙ୍କ ଘଟ କଳସ ସ୍ଥାପନା କରିଥିଲେ । ଅଂଚଳର ବରିÂ ବେଦଜ୍ଞ ବ୍ରାହ୍ମଣ ଅକ୍ଷୟ କୁମାର ଦାଶଙ୍କ ନେତୃତ୍ୱରେ ସରୋଜ କୁମାର ପଣ୍ଡା, ଗୈାରାଙ୍ଗଚରଣ ପଣ୍ଡା ପ୍ରମୁଖ ମାଙ୍କ ଅଧିବାସ,ଘଟସ୍ଥାପନା, ଷୋଡ଼ଶ ଉପଚାର ପୁଜା,ଚଣ୍ଡୀ ପାଠ,ଯଜ୍ଞ ଆଦି କାର୍ଯ୍ୟ ସଂପୁର୍ଣ ବୈଦିକ ନିତୀନୁସାରେ ସମାପନ କରିବା ପରେ ନିଶାର୍ଦ୍ଧରେ ମାଙ୍କ ଉଦେ୍ଧଶ୍ୟରେ କଖାରୁ ବଳି ପ୍ରେକ୍ଷଣ କରାଯାଇଥିଲା । କମିଟିର ବୟୋଜ୍ୟେÂ ସଦସ୍ୟ ର୍କାତିକଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ସନ୍ତୋଷ ବେହେରା,ଦୁଃଶାସନ ନାୟକ, ଅଶୋକ ପରିଡ଼ା, ସୁର୍ଯ୍ୟମଣୀ ଦଳାଇ, ବିପିନ ଦାଶ, ଚିତରଞ୍ଜନ ପହୀ, ଶଶିଭୁଷଣ ସାହୁ, ଅଶ୍ୱିନୀ ଚକ୍ରବର୍ତୀ, ଅଜୟକୁମାର ମଲ୍ଲିକ, କିଶୋର ମହାପାତ୍ର, ଜୟପ୍ରକାଶ ବିଶ୍ୱାଳ,ପ୍ରଫୁଲ୍ଲ ସାମଲ ପ୍ରମୁଖ ମାଙ୍କ ଆରାଧନା ସହିତ ସମୂହ ପ୍ରସାଦସେବନ ଆଦି ସମସ୍ତ କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିଥିଲେ । ସେହିପରି କୋରାଇ ଅଂଚଳର କୋରାଇ, ଜହ୍ନା, ଷଠିପୁର, ଆଲିଆ, ପୂର୍ବକୋଟ, କତରାପୁର, ଭୂଇଁପୁର, କୋରାଇ ଆଦି ତାର ଆଖପାଖ ଅଂଚଳରେ ପ୍ରାୟ୧୦ରୁ ଉଦ୍ଧ୍ୱର୍ ସ୍ଥାନରେ କାଳୀପୂଜା ମହାସମାରୋହରେ ପାଳନ କରାଯିବା ସହ ମଣ୍ଡପ ଗୁଡିକରେ ଅନ୍ନପ୍ରସାଦ ବଂଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ମଣ୍ଡପ ଗୁଡିକରେ ବିଦୁ୍ୟତ ଖଚିତ ଗମ୍ବୁଜର ସାଜସଜ୍ଜା ଅତି ମନମୁଗ୍ଧକର ହୋଇଥିଲା ବେଳେ କେତେକ ମଣ୍ଡପରେ ପରିସ୍ଥିତିକୁ ଆଧାରକରି ନିର୍ମିତ ହୋଇଥିବା ବିଭିନ୍ନ ପ୍ରକାର ବାରୁଆଳି ଦୃଶ୍ୟ ଦର୍ଶକଙ୍କ ମନକୁ ଅଧିକ ଆକୃଷ୍ଟ କରିଥିଲା । ଚଳିତ ବର୍ଷ ଲଗାଣ ବର୍ଷା ପାଗ ପରିବର୍ତନ ହେବାରୁ ଲୋକମାନେ କାଳୀ ପୂଜା ଉପଭୋଗ କରୁଛନ୍ତି ।
Related Stories
March 28, 2024