-
ପରିଚାଳନା କମିଟି, ମଧୁସୂଦନ ଓ କବି ରକ୍ଷକ ଙ୍କୁ ନାଗରିକ ସମ୍ବର୍ଦ୍ଧନା
-
ଶ୍ରୀ ଜଗନ୍ନାଥ ସଂସ୍କୃତି, କଳା-ସାହିତ୍ୟ ଓ ଧର୍ମଧାରା ପାଇଁ ପୁରୀ ରୁ ନୂଆ ସମ୍ବାଦପତ୍ର
-
ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ପ୍ରତିଭା ମହୋତ୍ସବ ଓ ପତ୍ରିକା ଲୋକାର୍ପଣ ଅନୁଷ୍ଠିତ
ଶହେ ବର୍ଷ ତଳେ ପୁରୀ ରୁ ପ୍ରକାଶିତ ସମ୍ବାଦପତ୍ର “ସମାଜ ” ଭଳି ପାର୍ବଣ ରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ନବଜାତକ ସମ୍ବାଦପତ୍ର, ସାଧାରଣ ମଣିଷ ର ସମସ୍ୟା, ଶ୍ରୀ ଜଗନ୍ନାଥ ସଂସ୍କୃତି, ପୁରୀ ର ଧର୍ମ ଧାରା, ଲୋକକଳା, ସାହିତ୍ୟ, ଶିକ୍ଷା ଓ ସାମଗ୍ରୀକ ବିକାଶ ର କଥା କହୁ ବୋଲି କହିଛନ୍ତି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ |ପୁରୀ ସଂସ୍କୃତି ଭବନ କକ୍ଷରେ ଅନୁଷ୍ଠାନ ର ପ୍ରତିଭା ମହୋତ୍ସବ ଓ ନୂତନ ସମ୍ବାଦପତ୍ର ର ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଶ୍ରୀ ଷଡଙ୍ଗୀ |ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, ସମାଜସେବୀ ମଧୁସୂଦନ ମିଶ୍ର, ବିଶିଷ୍ଟ କବି ରକ୍ଷକ ନାୟକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ନୂତନ ସମ୍ବାଦପତ୍ର ସାଧାରଣ ମଣିଷ ଙ୍କ କଥା କହୁ ବୋଲି ଆହ୍ୱାନ ଦେଇଥିଲେ।
ଏଥିରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଲୋକକଳା ଓ କୃଷି ମେଳା କୁ ଜାତୀୟ ସ୍ତରରେ ପ୍ରତିଷ୍ଠା ଦେଇଥିବା ଏହି ଅନୁଷ୍ଠାନର ନୂତନ ସମ୍ବାଦପତ୍ର, ସାଧାରଣ ମଣିଷ ର ସମସ୍ୟା କୁ ପ୍ରଶାସନ ତଥା ସରକାରଙ୍କ ପାଖରେ ପହଞ୍ଚାଇବା ର ଦାୟିତ୍ବ ନେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଉତ୍ସବରେ ମୋ ପରିବାର ଓ ଜୀବନବିନ୍ଦୁ ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, କବି ଶଙ୍କର ପରିଡା,ପୁରୀ ର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଓ ରାଜକିଶୋର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଥିଲେ।
ଶିକ୍ଷାବିତ୍ ହରେକୃଷ୍ନ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ସଂପାଦକୀୟ ଉଦବୋଧନ ଦେଇଥିଲା ବେଳେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ବଦ୍ରିମିଶ୍ର, ଚକ୍ରଧର ମହାପାତ୍ର, ଉପାଧ୍ୟକ୍ଷ ଭରତ ନାୟକ, ସଂଗଠନ ସଂପାଦକ ସତ୍ୟବ୍ରତ ଦାସ, କୋଷାଧ୍ୟକ୍ଷ ନାରାୟଣ ପାତ୍ର ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ ନୂତନ ସମ୍ବାଦପତ୍ର” ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ” କୁ ଅତିଥି ମାନେ ଉନ୍ମୋଚନ କରିବା ପରେ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ କୁମାର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଜଗନ୍ନାଥ କର,ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡି,ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ମହନ୍ତ ରାମକୃଷ୍ନ ଦାସ, ପଦ୍ମ ଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡିଶାର ବରେଣ୍ଯ କବି ରକ୍ଷକ ନାୟକ, ବିଶିଷ୍ଟ ସଂଗଠକ ମଧୁସୂଦନ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଵା ବେଳେ କୋଭିଡ ଯୋଦ୍ଧା ସ୍ବର୍ଗତଃ ସୁଶାନ୍ତ କୁମାର ପଣ୍ଡା ଓ ସଂଗଠକ ସ୍ବର୍ଗତଃ ନବ କିଶୋର ପ୍ରଧାନ ଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା।
ଏଥିସହ ଶ୍ରୀ ଜଗନ୍ନାଥ ମନ୍ଦିର ରେ କାର୍ଯ୍ୟରତ ବରିଷ୍ଠ ୨୧ଜଣ ସ୍ବଚ୍ଛ ସେବକ ଙ୍କୁ ସମ୍ମାନୀତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ବିଶ୍ବନାଥ ମିଶ୍ର, ଚନ୍ଦ୍ରବିଜୟୀ ମିଶ୍ର ଓ ଶ୍ଯାମପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ।