
ପୁରୀ ଭି ଆଇ ପି ରୋଡ ସ୍ଥିତ ଝଡେଶ୍ୱରି ଛକରେ ଘଟୁଛି ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା, କେତେବେଳେ କିଏ ମୃତ ହେଉଛି ତ କିଏ କଟକ ରେଫର୍ ହେଉଛନ୍ତି। ଚାରି ଛକ ଗୋଟେ ପାଖରେ ପୋଲିସ ବ୍ୟରେକ୍, ଦମକଳ କେନ୍ଦ୍ର ଭି ଆଇ ପି ଙ୍କ ନିତିଦିନିଆ ଗସ୍ତ ହେବା ସହ ସ୍ବର୍ଗ ସବାରୀ ମଧ୍ୟ ସେଇ ବାଟ ଦେଈ ଯାଉଛି। ପର୍ଯ୍ୟଟକ ଙ୍କ ଗମନା ଗମନ ର ମୁଖ୍ୟ ରାସ୍ତା ରେ ଆଜି ଦିନବେଳା ତିନି ଜଣ ମହିଳା ପର୍ଯ୍ୟଟକ ସହ ଏକ ଅଟୋ ଡ୍ରାଇଭକୁ ଗୁରୁତର ହେବା ସହ ସନ୍ଧ୍ୟାରେ ଏକ କ୍ଷୀର ବ୍ୟବସାୟୀ ଆହତ ହେବା ସହ ତାଙ୍କ ଗାଡ଼ିଟି ମଧ୍ୟ ନଷ୍ଟ ହୋଇଯାଇଛି। ପର୍ଯ୍ୟଟକ ରାସ୍ତାରେ ଅହେତୁକ ଯାମ ହେତୁ ତିକ୍ତତାର ଅନୁଭୂତି ନେଇ ଯାଉଛନ୍ତି। କାରଣ ସେଠାରେ ଆଧିପତ୍ୟ ବିସ୍ତାର କରିଛି ରିଲାଏନ୍ସ ଓ ଗୁପ୍ତା କମ୍ପାନୀ ରାସ୍ତା ଯାକ ବିନା ପାର୍କିଂ ରେ ମନଇଚ୍ଛା ଗାଡ଼ି ରଖି ଚଳାଇଛନ୍ତି ଦାଦାଗିରି, ମାଲିକ ପାର୍କିଂ କୁ ମଧ୍ୟଭଡ଼ା ରେ ଲଗାଇଛନ୍ତି ଅଗ୍ରୱାଲା ରେଷ୍ଟୁରାଣ୍ଟ କୁ ଦେଈ ଅଳ୍ପ ଦୂରରେ pkda ଅଫିସ୍ କାହାର ମଧ୍ୟ ନଜରରେ ଆସୁନି ଯାହା ଫଳରେ ସାଧାରଣ ଲୋକ ସମସ୍ୟାରେ ପଡ଼ୁଛନ୍ତି।।
ପୁରୀ ପ୍ରଶାସନ କୁ ଅନୁରୋଧ ଯଥାଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଏହି ଦୁଇ ସୋରୁମ୍ କୁ ବନ୍ଦ କରିବା ସହ କମ୍ପାନୀ ର ଅଧିକାରୀ ଙ୍କୁ ଗିରଫ କରନ୍ତୁ ଦାବୀ କରିଛନ୍ତି କଂଗ୍ରେସର ଯୁବନେତା ସ୍ୱାଧୀନ କୁମାର ପଣ୍ଡା |
