-
ଉଦଯାପନୀ ଦିବସରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ସାହିଭାଇ ଅନୁଷ୍ଠାନ ପକ୍ଷରୁ ସପ୍ତାହ ବ୍ଯାପୀ ଚାଲିଥିବା ସଂକଳ୍ପ ସପ୍ତାହର ଉଦଯାପନୀ ଦିବସ ତଥା ଅନୁଷ୍ଠାନର ବାର୍ଷିକ ଉତ୍ସବ କର୍ତ୍ତବ୍ଯ ୨୦୨୧ ଅବସରରେ ଏକ ମେଗା ରକ୍ତଦାନ ଶିବିର ବୈକୁଣ୍ଠ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ଜଜ୍ ସନ୍ତୋଷ କୁମାର ଜେନା ମୁଖ୍ଯଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯର୍ପଣ, ଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ ଉଦଘାଟନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣାଙ୍କ ସଭାପତିତ୍ବ ରେ
ଆଇନସେବା ପ୍ରାଧିକରଣ ସମ୍ପାଦକ ଅମରେଶ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିର ରେ 7ମହିଳାଙ୍କ ସମେତ 70ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ଏଥିସହିତ ସାହିଭାଇ ର ବାର୍ଷିକ ଉତ୍ସବ କର୍ତ୍ତବ୍ଯ-2021 ଏବଂ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଥିଲା। ସନ୍ଧ୍ଯାରେ ସତ୍ଯବାଦୀ ବକୁଳବନରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ଯା ଅଶୋକା ମଞ୍ଜରୀ ନାୟକ ଓ ସଦସ୍ଯ ଅଜୟ ପ୍ରଧାନ ପରିଚାଳନା କରିଥିଲେ।
ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର କୁହନ୍ତି ସଂକଳ୍ପ ସପ୍ତାହ ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇ ଗୋପବନ୍ଧୁ ଜୟନ୍ତୀରେ ଉଦଯାପିତ ହୋଇଛି।
ପ୍ରଥମ ଦିନରେ ପୂଜ୍ଯପୂଜା, 2ୟ ଦିନ ଚାରାରୋପଣ,3ୟ ଦିନ ବସ୍ତ୍ର ବଣ୍ଟନ, 5ମ ଓ 6ଷ୍ଠ ଦିନରେ ମୁଷ୍ଟିଭିକ୍ଷା ଏବଂ 7ମ ଦିନରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଷ୍ଠିଭିକ୍ଷାରେ ମିଳିଥିବା 5ହଜାର ଟଙ୍କା ଟ୍ରଲିଚାଳକ ତଥା ସମାଜସେବୀ ପବିତ୍ର ମହାରଣାଙ୍କୁ ଦିଆଯାଇଛି। ଅନୁଷ୍ଠାନ ତରଫରୁ ସପ୍ତାହ ବ୍ଯାପୀ ଚାଲିଥିବା ସଂକଳ୍ପ ସପ୍ତାହ ବିଶ୍ବରେ କୋଭିଡ ରେ ମୃତ୍ୟୁବରଣ କରିଥିବା ବ୍ଯକ୍ତିବିଶେଷ ଙ୍କ ଉଦ୍ଦେଶ୍ଯରେ ସମର୍ପଣ କରାଯାଇଛି। ତତ ସହିତ ଅନୁଷ୍ଠାନ ତରଫରୁ ପୁରୀ ଆଚାର୍ଯ୍ଯ ହରିହର ରକ୍ତ ଭଣ୍ଡାର ଓ ଆଇନ ସେବା ପ୍ରାଧୀକରଣ ସହ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରାଗଲା ।