ଧର୍ମଶାଳା – ବଡଚଣା ବ୍ଳକର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଚଣ୍ଡିମନ୍ଦିର ପାଦଦେଶରେ ସବୁବର୍ଷ ପରି ଚଳିତ ବର୍ଷ ମା କାଳୀଙ୍କର ୬୦ତମ ପୂଜା ପାଳିତ ହୋଇଯାଇଛି । ରବିବାର ନିଶାର୍ଦ୍ଧ ରାତିରେ କଳସ ଯାତ୍ରା ଆରମ୍ଭ ହୋଇ ପୂଜା ଆରମ୍ଭ କରାଯାଇଥିଲା । ସକାଳୁ ଗୋ ପୂଜା, ସୂର୍ଯ୍ୟ ପୂଜା କରାଯାଇ ମାଙ୍କୁ ଆବାହାନ କରାଯାଇଥିଲା । ପଣ୍ଡିତ ରଘୁନାଥ ତି୍ରପାଠୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ଚାଲୁଅଛି । ଆଜି ଦିନ ତମାମ ଆକାପାଖ ଅଂଚଳରେ ଶହସ୍ରାଧିକ ମହିଳା ଓ ପୁରୁଷ ମାନେ ମାଙ୍କ ଆଶୀର୍ବାଦ ପାଇଁ ପୂଜା ସ୍ଥଳରେ ପହଂଚି ଥିଲେ । ୫ ଦିନ ଧରି ଏହି ପୂଜା ଚାଲିବାକୁ ଥିଲା ବେଳେ ପ୍ରଦିଦିନ ସନ୍ଧ୍ୟାରେ ମାଙ୍କ ନିକଟରେ ଭଜନ କୀର୍ତନ ହେବାର ବନେ୍ଦାବସ୍ତ ହୋଇଛି ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ । କମିଟିର ସଭାପତି ଶେଷଦେବ ନାୟକ, ସଂପାଦକ ଯଯାତି ବେହୁରିଆ,ଚିତରଞ୍ଜନ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ମୁରଲୀଧର ରାଉତ, ବାବାଜି ଚରଣ ରାଉତ ପ୍ରମୁଖ ମାଙ୍କ ପୂଜାରେ ସହଯୋଗ କରିଥିଲେ ।