
ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରର ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ ଅନୁରାଗ । ତାଙ୍କର ବୟସ ମାତ୍ର ୩୦ ବର୍ଷ । ଗତକାଲି ରାତିରୁ ମନିଷ ନିଖୋଜ ଥିଲେ । ଆଜି ତାଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବାରୁ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି ।