କନ୍ଧମାଳ, କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି ମାଓବାଦୀ ରାହୁଲ ମୂଷାକି ଓରଫ ପିଂଟୁ । ସେ ବାଂଶଧାରା -ଘୁମୁଷର- ନାଗାବଳୀ ଡିଭିଜନ ମାଓ ସଂଗଠନର ସକ୍ରିୟ ସଦସ୍ୟ ଭାବେ ୨୦୧୫ରୁ କାର୍ଯ୍ୟ କରି ଆସୁଥିଲା । କନ୍ଧମାଳ ଜିଲ୍ଲାରେ ୨୦୧୭ ମସିହାରୁ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲା ମାଓବାଦୀ ପିଂଟୁ । ୩ରୁ ୪ଟି ହିଂସାକାଣ୍ଡରେ ତାର ସମ୍ପୃକ୍ତି ରହିଥିବା ନେଇ ଏସପି ସୂଚନା ଦେଇଛନ୍ତି । ତାର ଘର ଛତିଶଗଡ଼ରେ ବୋଲି ଜଣାପଡିଛି ।