-
ପ୍ରତିବାଦରେ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ରାସ୍ତାରୋକ
କେନ୍ଦୁଝର, କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ଆଜି ମଧ୍ୟାହ୍ନରେ ବୋମାମାଡ଼ ହୋଇଛି । ସେ ମିଟିଂ ସାରି ଫେରୁଥିବା ବେଳେ କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଦୁଇ ଜଣ ଦୁର୍ବୃତ ବାଇକ୍ ଯୋଗେ ଆସିଥିଲେ । ସେମାନେ ବିଧାୟକଙ୍କ କାର୍ ଉପରକୁ ଦୁଇଟି ବୋମା ଫିଙ୍ଗିଥିଲେ । ଏଥିରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଥିବା ଜଣାପଡିଛି । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଅନ୍ୟପକ୍ଷରେ ବିଧାୟକଙ୍କ ଗାଡି ଉପରେ ଆକ୍ରମଣର ପ୍ରତିବାଦରେ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ୪୯ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ।