
-
ସ୍ଥାୟୀ ନିଯୁକ୍ତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ -ଆୟୁଷ ଡାକ୍ତର ସଙ୍ଘ ସଭାପତି,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି । ଆୟୁଷ ଡାକ୍ତରଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ ପୁରୀ ବଳଗଣ୍ଡି ଛକ ସ୍ଥିତ ଭକ୍ତ ଶାଲବେଗ ସମାଧି ପୀଠ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା |ପୁରୀଜିଲ୍ଲା ଆୟୁଷ ଡାକ୍ତର ସଙ୍ଘ ସଭାପତି ଡାକ୍ତର ବଲ୍ଲଭ ଭଡ, ସମ୍ପାଦିକା ଡ଼ ତପନ ଜ୍ୟୋତି ଆଚାର୍ଯ୍ୟ, ରାଜ୍ୟ ସଙ୍ଘର ଯୁଗ ସମ୍ପାଦିକା ଡ଼ ଭାରତୀ ଆଚାର୍ଯ୍ୟ, ଡ଼ ତପନ କୁମାର ଦାସ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ଡାକ୍ତର ମାନଙ୍କ ସମସ୍ୟା ସମ୍ବଦ୍ଧିୟ ଆଲୋକପାତ କରିଥିଲେ |୧୧ ଜଣ ଡାକ୍ତର କରୋନାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଜଣକୁ ସରକାରୀ କରୋନା ଯୋଦ୍ଧା ସହାୟତା ପ୍ରଦାନ କରିଛନ୍ତି ହେଲେ ଅନ୍ୟମାନଙ୍କୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ |ବର୍ତ୍ତମାନ ରାଜ୍ୟରେ ୧୧୫୫ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି |ଆନ୍ଦୋଳନ ପରଠାରୁ ପୁରୀଜିଲ୍ଲା ସମେତ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆୟୁଷ ଡାକ୍ତର ଦୀର୍ଘ ୧୪ ବର୍ଷ ଧରି ରାଜ୍ୟ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ,ଇସଞ୍ଜୀବନୀ, ଜରୁରୀକାଳୀନ ରୋଗୀ ସେବା, ରାତ୍ରିକାଳୀନ ରୋଗୀ ସେବା, ପ୍ରସୃତି, ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ସେବା ଓ କାୟାକଳ୍ପ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଚାକିରି ସ୍ଥାୟୀ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଉଥିବାବେଳେ ତାହା ଅଦ୍ୟାବଧ କାର୍ଯ୍ୟକାରୀ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ କାଳକ୍ଷେପଣ
ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି ।
ଗତ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆୟୁଷ
ଡାକ୍ତରମାନେ ଜରୁରୀକାଳୀନ ସେବା ନ କରି ନିଜ ଆୟୁଷ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି । ଏଠାରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ଦ୍ଵାରା ସମସ୍ତ ପ୍ରକାର ଜରୁରୀକାଳୀନ ଚିକିତ୍ସା ସେବା ମିଳୁଥିବାବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ତାହା ବଧାପ୍ରାପ୍ତ ହେଉଛି ।
ଫଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଜନସାଧାରଣ ଓ ପର୍ଯ୍ୟଟକ ଚିକିତ୍ସା ପାଇଁ ପୁରୀ ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳିଛି । ଏହି ଘଟଣାକୁ ବିଚାର କରି ନିରବଚ୍ଛିନ୍ନ ସେବା ପ୍ରଦାନ କରୁଥିବା ଆୟୁଷ ଡାକ୍ତରଙ୍କ ଚାକିରି ସ୍ଥାୟୀ କରିବା ପାଇଁ ଦାବି ହୋଇଛି ।