
ନୂଆଦିଲ୍ଲୀ, ଦେଶର ସବୁଠାରୁ ବଡ ସାର୍ବଜନୀନ ପ୍ରସାରକ ସଂସ୍ଥାନ ପ୍ରସାର ଭାରତୀ ମଧ୍ୟ ଆଧୁନିକ ଟେକ୍ନୋଲଜି ଆଡକୁ ଯିବା ଆରମ୍ଭ କରିଛି ଓ ପୁରୁଣା ହୋଇ ଯାଉଥିବା ଆନାଲୋଗ ଟେକ୍ନୋଲଜି ସ୍ଥାନରେ ଡିଜିଟାଲ ପ୍ଲାଟଫର୍ମର ପ୍ରୟୋଗକୁ ବଢାଉଛି । ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅଂଚଳକୁ ଛାଡି ଦେଲେ ଅବଶିଷ୍ଟ ସ୍ଥାନରେ ଏବେ ଆନାଲୋଗ ଟେକ୍ନୋଲଜି ଉପରେ ଆଧାରିତ ଟେରେଷ୍ଟରିଆଲ ଟିଭି ଟ୍ରାନ୍ସମିଟରକୁ ହଟା ଯାଉଥିବା ନେଇ ସ୍ପଷ୍ଟ କରିଛି ପ୍ରସାର ଭାରତୀ । ଦୂରଦର୍ଶନ ସହ ଜଡିତ କୌଣସି କେନ୍ଦ୍ର ବନ୍ଦ ହେବାକୁ ଯାଉଥିବା ନେଇ କିଛି ସ୍ଥାନରେ ପ୍ରସାରିତ କରା ଯାଉଥିବା ସୂଚନା ଭୁଲ ବୋଲି ପ୍ରସାର ଭାରତୀ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।
ପ୍ରସାର ଭାରତୀ ଅନ୍ୟ ଫ୍ରି ଟୁ ଏୟାର ଘରୋଇ ଚାନେଲ ସହିତ ଦୂରଦର୍ଶନ ସମସ୍ତ ଚାନେଲ ଡିଟିଏଚ ଡିଶ ମାଧ୍ୟମରେ ଉପଲବ୍ଧ କରା ଯାଉଛି । ଡିଟିଏଚ ଡିସ କୁ ଗୋଟିଏ ଥର ସର୍ବ ନିମ୍ନ ଖର୍ଚ କରି ଲଗା ଯାଇ ପାରେ ଓ ଏଥିରେ ପ୍ରସାର ଭାରତୀର ସମସ୍ତ ଚାନେଲକୁ ଦେଖା ଯାଇ ପାରେ ।
ପ୍ରସାର ଭାରତୀ କହିଛି ଯେ ସାମରିକ ଓ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ ସ୍ଥାନରେ ସ୍ଥାପିତ ପାଖାପାଖି ୫୦ ଆନାଲୋଗ ଟେରେଷ୍ଟରିଆଲ ଟିଭି ଟ୍ରାନସମିଟରକୁ ଛାଡି ୩୧ ମାର୍ଚ, ୨୦୨୨ ଯାଏ ବଳକା ଅପ୍ରଚାଳିତ ଆନାଲୋଗ ଟ୍ରାନସମିଟରକୁ ପର୍ଯ୍ୟାୟକ୍ରମେ ବନ୍ଦ କରା ଯିବ । ଏହି କ୍ରମରେ ୨୦୨୭-୧୮ରେ ୩୦୬, ୨୦୨୮-୧୯ରେ ୪୬୮, ୨୦୧୯-୨୦ରେ ୬ ଚଛା ୨୦୨୦-୨୧ରେ ୪୬ ଟେରେଷ୍ଟ୍ରିଆଲ ଟିଭି ଟ୍ରାନସମିଟର ବନ୍ଦ କରା ଯାଇଛି । ସେହିପରି ୨୦୨୦-୨୧ରେ ୪୧୨ ଟ୍ରାନସମିଟର ହଟା ଯିବାର ଯୋଜନା ରହିଛି । ଏଥିରେ ଅନେକ ମେଗାହର୍ଜରେ ସ୍ପେକ୍ଟ୍ରମ ମୁକ୍ତ ହେବ ଓ ଏହା ସହ ପରିଚାଳନା ଖର୍ଚ ଶହେ କୋଟି ଟଙ୍କାର ବାର୍ଷିକ ଖର୍ଚ ବଂଚା ଯାଇ ପାରିବ । ଏହା ସହିତ ଆଧୁନିକ ଟେକ୍ନୋଲଜି ଓ ନୂଆ ସୁଯୋଗର ରାସ୍ତା ଖୋଲିବାକୁ ଯାଉଛି ।
କିଛି ମିଡିଆ ସଂସ୍ଥାନ ସୂଚନା ଅଭାବରୁ ଏହି ଭ୍ରାମକ ଖବର ପ୍ରକାଶିତ କରିଛନ୍ତି ବୋଲି ପ୍ରସାର ଭାରତୀ ପକ୍ଷରୁ କୁହା ଯାଇଛି । ଦୂରଦର୍ଶନର ସିଲଚର କେନ୍ଦ୍ର ସହ ଜଡିତ ଏକ ମାମଲା ଉପରେ ପ୍ରସାରଭାରତୀ ବିଶେଷ ଭାବେ କହିଛି ଯେ ଆସାମ ରାଜ୍ୟ ପାଇଁ ସମର୍ପିତ ଦୂରଦର୍ଶନର ସାଟେଲାଇଟ ଚାନେଲରେ ପ୍ରସାରଣ ପାଇଁ କାର୍ଯ୍ୟକ୍ରମ ସାମଗ୍ରୀ ପୂର୍ବ ଭଳି ପ୍ରସ୍ତୁତ କରା ଯିବା ଜାରୀ ରହିବ । ଡିଡି ଆସାମ ବ୍ୟତୀତ ୟୁଟ୍ୟୁବ ଓ ସୋସିଆଲ ମିଡିଆ ମାଧ୍ୟମରେ ଡିଜିଟାଲ ମିଡିଆରେ ନିଜର ଉପସ୍ଥିତି ଜାରୀ ରଖିବ ।
ଦେଶର ସବୁଠାରୁ ବଡ ପ୍ରସାରକ ସଂସ୍ଥା ଆହୁରି କହିଛି ଯେ ଆନାଲଗ ଟେରେଷ୍ଟ୍ରିଆଲ ଟିଭି ବର୍ତମାନ ସମୟରେ ଅପ୍ରଚଳିତ ଟେକ୍ନୋଲଜି ଅଟେ । ତେଣୁ ଏହାକୁ ପର୍ଯ୍ୟାୟକ୍ରମେ ହଟାଇବା ସାର୍ବଜନୀନ ଓ ରାଷ୍ଟ୍ର ହିତରେ ଅଟେ । ପୁରୁଣା ହୋଇ ସାରିଥିବା ଏହି ଟେକ୍ନୋଲଜୀର ବ୍ୟବହାର କାରଣରୁ ବିଜୁଳି ଉପରେ ବ୍ୟର୍ଥ ଖର୍ଚ କମ କରାଯିବା ସହ ୫ ଜି ଭଳି ନୂଆ ଓ ଉଦୀୟମାନ ଟେକ୍ନୋଲଜି ପାଇଁ ମୂଲ୍ୟବାନ ସ୍ପେକ୍ଟ୍ରମ ଉପଲବ୍ଧ ହେବ ।