ନୂଆପଡ଼ା, ସାରା ବିଶ୍ବରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାହିଁ କେଉଁ ଯୁଗରୁ ସୂଚନା ପହଞ୍ଚାଇବାରେ ଏକ ବିଶ୍ୱସନୀୟ ମାଧ୍ୟମ ପାଲଟିଛି। ପରିବର୍ତ୍ତିତଧାରା ସହ ପାଦ ମିଶାଇ ବଦଳି ଚାଲିଛି ଡାକ ସେବା। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ ସହ ସବୁ ବର୍ଗର ତଥା ସବୁ ବୟସ ର ସାଥି ହେଇଛି ଡାକ ସେବା। ଏହାର ମହତ୍ତ୍ଵ ବିଷୟରେ ଜଣାଇବାକୁ ପ୍ରତିବର୍ଷ ଅକ୍ଟୋବର ୯ ରେ ପାଲିତ ହେଇଛି ବିଶ୍ବ ଡାକ ଦିବସ। ନୂଆପଡ଼ା ଜିଲା ସିନାପାଲି ରେ ୧୯୮୦ ମସିହାରେ ଡାକ ବିଭାଗ ପ୍ରତିଷ୍ଠା ହୋଇଥିଲା। ଏହି ବ୍ଲକ ର ୧୭ ଗୋଟି ଗ୍ରାମ ପଞ୍ଚାୟତ ରେ ଡାକ ଘର ରହିଛି। ହେଲେ ଆବଶ୍ୟକ ଭିତ୍ତିଭୂମି ର ଅଭାବ ଯୋଗୁଁ ଅନେକ ଡାକ ଘର୍ ଦଦରା ରହିଛି ତ କେଉଁଠି କ୍ଲବ ଘରେ ଚାଲିଛି। ଏଭଳି ଅବସ୍ଥା ରେ ଚାଲିଛି ଯେ ବର୍ଷାରପାଣି ଗଲୁଛି। ତଥାପି ଏହି ଘରେ ସେବା ଯୋଗାଉଛନ୍ତି। ସିନାପାଲି ବ୍ଲକ ରେ ୨୭ ଗୋଟି ପଞ୍ଚାୟତ ଥିବା ବେଳେ ବାକି ୧୦ ଗୋଟି ପଞ୍ଚାୟତରେ ସେବା ଦୂର ଦୁରନ୍ତ କୁ ଯିବାକୁ ପଡୁଛି। ସିନାପାଲି ବ୍ଲକ ରେ ପଞ୍ଚାୟତ ସଂଖ୍ୟା ବଢିବା ରେ ଲାଗିଛି ହେଲେ ଡାକ ବିଭାଗ ତରଫରୁ ନୂତନ ଡାକ ଖୋଲିଲେ ଲୋକେ ଅହୁରି ଉପକୃତ ହୋଇପାରିବେ। ଅହ ରହ ଡାକ କର୍ମଚାରୀ ମାନେ ଘାରକୁ ଯାଇ ସେବା ଯୋଗାଉଛନ୍ତି। ଏମାନେ ସତରେ ମହାନ। ଦୂର ଦୁରନ୍ତ ରୁ ଡାକ ମାଧ୍ୟମରେ ଚିଠି ପତ୍ର ଟଙ୍କା ପଇସା ହେଉ କିମ୍ବା ତେଲିଗ୍ରମ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଥିବା ଡାକ ବିଭାଗ କୁ ଦେଶର ଜନସାଧାରଣ ଗୁରୁତ୍ଵ ଦେଉ ନ ଥିବା ଦେଖିବାକୁ ମିଳିଛି। କାରଣ ଆଯି କାଲି ମୋବାଇଲ ରେ ସବୁ କିଛି ହେଇଛି। ତେଣୁ ବର୍ତ୍ତମାନ ଡାକ ସେବା ଅନେକ ବାଧା ବିଘ୍ନ ଦେଇ ଗତି କରିବକପଡୁଛି ବୋଲି ମତ ପ୍ରକାଶ ପାଇଛି ।