 
                କେନ୍ଦ୍ରାପଡ଼ା  – କେନ୍ଦ୍ରାପଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆୟୋଜିତ ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ କୋର୍ଟର ସମସ୍ତ ବିଚାରପତି, କର୍ମଚାରୀମାନେ ସୋମବାର ଅପରାହ୍ନରେ ଶପଥ ପାଠ କରିଥିôଲେ । ମାନ୍ୟବର ଜିଲ୍ଲା ଦୈାରାଜଜ୍ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶପଥପାଠ କାର୍ଯ୍ୟକ୍ରମରେ ସମସ୍ତ ବିଚାରପତି ଓ କୋର୍ଟର କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । କୋର୍ଟ ପରିସରରେ ଯେଭଳି କୈାଣସି ଦୁର୍ନିତୀଜନିତ ଘଟଣା ନଘଟୁ ସେ ଦିଗରେ ସମସ୍ତଙ୍କୁ ବୁଝାଇଥିଲେ । ଏହି ଶପଥପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୈାରାଜର୍ଜ ମୋହନରାଓ ଦୋରା, ପରିବାର ଅଦାଲତ୍ ବିଚାରପତି ସୁଶ୍ରୀ ଅନିତା ସାହୁ, ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନଙ୍କ ସହିତ କୋର୍ଟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
                            
                        
	                    
 
                    







