-
ପ୍ରଥମ-ଅଶ୍ବିନୀ କୁମାର ପଣ୍ଡା, ୯୧ ତମ ସ୍ଥାନରେ ବୁଗୁଡାର ଉମାକାନ୍ତ
ଗଞ୍ଜାମ, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୯ରେ ଅଶ୍ବିନୀ କୁମାର ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଏହି ପରୀକ୍ଷାରେ ବୁଗୁଡ଼ା ସହରର ଉମାକାନ୍ତ ସାହୁଙ୍କୁ ସଫଳତା ମିଳିଥିବା ବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବୁଗୁଡ଼ା ସିମାଞ୍ଚଳ ମାର୍ଗର ରବୀନ୍ଦ୍ର ନାଥ ସାହୁ ଓ ମିନତୀ ସାହୁଙ୍କ ଦ୍ଵିତୀୟ ପୁତ୍ର ଉମାକାନ୍ତ ସାହୁ ୨୦୧୯ ଓସିଏସ ପରୀକ୍ଷାରେ ୯୧ତମ ସ୍ଥାନରେ ରହି ସଫଳତା ପାଇଛନ୍ତି । ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ୪୭୭୧୯ ଜଣ ଆବେଦନ କରିଥିବା ବେଳେ ୨୫୭୮୦ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୮୮୦ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ୧୬୧୦ ଜଣ ମୁଖ୍ୟ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୦୭ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଧାରାବାହିକ ୯ ଦିନ ସାକ୍ଷାତ କାର ପରେ ୧୫୩ ଜଣ କୃତକାର୍ଯ୍ୟ ହୋଇଥିଲେ। ୧୫୩ ଜଣଙ୍କ ମଧ୍ୟରୁ ଓଏଏସରେ ୩୦ ଜଣ, ଓଏଫଏସରେ ୯ ଜଣ, ଓପିଏସ ରେ ୭ ଜଣ, ଓସିଏସରେ ୫ ଜଣ, ଓଆରଏସ( ଗୃପ ବି) ରେ ୮୨ ଜଣ, ଏବଂ ଓଟିଏଣ୍ଡ ଏଏସରେ ୨୦ ଜଣ ନିଯୁକ୍ତି ପାଇବେ ।