ପାରାଦୀପ, ଗତକାଲି ନୂତନ ଭାବେ ଯୋଗ ଦେଇଥିବା ବନ୍ଦର ଅଧ୍ୟକ୍ଷ ଶ୍ରୀ ପୋଲାମ ରାଜୁ ଲକ୍ଷ୍ମୀ ହାରାନାଧ ବନ୍ଦର ବୋର୍ଡ କକ୍ଷରେ ବନ୍ଦରର ବିଭିନ୍ନ ପ୍ରକାରର ହେଉଥିବା ଓ ହେବାକୁ ଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ବନ୍ଦରର ବିଭିନ୍ନ ବିଭାଗର ମୁଖ୍ୟ ଓ ପ୍ରମୁଖ ଅଧିକାର ମାନେ ଯୋଗଦେଇ ପ୍ରକଳ୍ପ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅଧ୍ୟକ୍ଷ ମହୋଦୟଙ୍କୁ ସେସବୁ ଅଵଗତ କରାଇଥିଲେ । କାର୍ଯ୍ୟ ପ୍ରଣାଳୀ ଅନୁଧ୍ୟାନ କରିବା ପରେ ଅଧ୍ୟକ୍ଷ ମହୋଦୟ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
ସେହିପରି ଏହା ପରେ ଅଧ୍ୟକ୍ଷ ଶ୍ରୀ ହାରାନଧ ଇଂଜିନିଅରିଂ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୩ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ର ସମ୍ମିଳନୀ କାର୍ଯ୍ୟକ୍ରମ ଥିବାରୁ ପ୍ରସ୍ତୁତି ଜାରୀ ରହିଥିବା ସୂଚନା ମିଳିଛି ।