
-
ଗୋ-ପୂଜନ, ଗୋ- ଗ୍ରାସର ପ୍ରଦାନ ସୁଯୋଗ ଦିଆଯାଉ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦୈନଦିନ ନୀତିକାନ୍ତିରେ ଗୋ ଜାତ ଦ୍ରବ୍ୟର ବ୍ୟବହାର ଶାସ୍ତ୍ରନୁମୋଦିତ ପରମ୍ପରା ଅଟେ |ଗୋବର, ଦୁଗ୍ଧ , ଦହି, ଘିଅ ଆଦିର ବ୍ୟବହାର ରୋଷଘର ଠାରୁ ଆରମ୍ଭ କରି ଅବକାଶ ପୂଜା ଓ ଅନ୍ୟାନ୍ୟ ପୂଜା ନୀତିରେ ବହୁଳ ଭାବେ ପ୍ରଚଳିତ । ଶ୍ରୀମନ୍ଦିର କୁ ଆସୁଥିବା ବହିରାଗତ ଭକ୍ତମାନଙ୍କର ମଧ୍ୟ ଇଚ୍ଛା ଥାଏ। ଶ୍ରୀମନ୍ଦିର ନିକଟସ୍ଥ ଗୋଶାଳାକୁ ଯାଇ ଗୋ ପୂଜନ କରିବା ଏବଂ ଗୋ ମାତାଙ୍କୁ ଗୋ ଗ୍ରାସ ପ୍ରଦାନ କରି ଅଶେଷ ପୂଣ୍ୟ ଅର୍ଜନ କରିବାର ସୁବିଧା କରାଯାଉ ।
ଦିନ ୧୧ଟାରେ ଉତ୍କଳ ବିଦ୍ବତ ପରିଷଦର ଏକ ପ୍ରତିନିଧି ମଣ୍ଡଳ ଅଧ୍ୟକ୍ଷ ମନୋଜ ରଥ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ମହାପାତ୍ର , ଜଗଦୀଶ ପ୍ରଧାନ ପୁରୀ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ରେ ଭେଟି ଏ ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ପରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟକୁ ଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତିରେ ଶ୍ରୀ ଅଜୟ କୁମାର ଜେନା, ଡେଭେଲପମେଣ୍ଟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବୀ ପତ୍ରରେ ଶ୍ରୀ ମନ୍ଦିର ପ୍ରଶାସନ ଦ୍ବାରା ଦେଶୀ ଗୋ ବଂଶକୁ ପ୍ରାଧାନ୍ୟଦେଇ ଏକ ଆଦର୍ଶ ଗୋଶାଳା ଶ୍ରୀମନ୍ଦିର ୭୫ ମିଟର ପରିଧ ସଂଲଗ୍ନ ସ୍ଥାନରେ ନିର୍ମାଣ ହେଉ |ଏହାର ରକ୍ଷଣା ବେକ୍ଷଣ ପ୍ରଚାର ପ୍ରସାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଉ | ଏଠାରୁ ଉପଲବ୍ଧ ସାମଗ୍ରୀ ଶ୍ରୀ ଜୀଉ ମାନଙ୍କର ସେବା ପୂଜାରେ ବ୍ୟବହୃତ ବହିରାଗତ ଶ୍ରଦ୍ଧାଳୁ ମାନଙ୍କୁ ଗୋ-ପୂଜନ, ଗୋ- ଗ୍ରାସର ପ୍ରଦାନ ସୁଯୋଗ ଦିଆଯାଉ।