
ବେଲଗୁଣ୍ଠା, ଆଜି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ବେଲଗୁଣ୍ଠା ବ୍ଲକ ଗୋବରା ପଂଚାୟତ ଅନ୍ତର୍ଗତ ମରେଇପାଟ ରେ ଆମ ଗାଁ ଆମ ବିକାସ ଗ୍ରାମ୍ୟ କଲ୍ୟାଣ କୋଠ ଘର ଉଦଘାଟିତ ହୋଇଯାଇଛି । ପୂର୍ବତନ ଅଧକ୍ଷ ତଥା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜବିହାରି ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାଇକ, ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଏସ ରାମେଶ୍ୱର ପାତ୍ର, ପୂର୍ବତନ ସମିତି ସଭ୍ୟ ତଥା 47 ନମ୍ବର ବିଜେଡି ଯୋନ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ବ୍ଲକ ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା, ଯୁବ ବିଜେଡି ସଭାପତି ଶିବରାମ ରାଉତ, ଖେତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଯୋଧ୍ୟା ବେହେରା,ପୂର୍ବତନ ସରପଞ୍ଚ ତଥା ପଞ୍ଚାୟତ ବିଜେଡି ସଭାପତି ଚନ୍ଦ୍ରଶେଖର ନାୟକ, ପୂର୍ବତନ ସମିତି ସଭ୍ୟ ରାମେଶ୍ୱର ରାଉତ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ମରେଇପାଟ ଗ୍ରାମର ଉର୍ଣ୍ଣତି ପାଉଁ ବିଧାୟକ ଶ୍ରୀ ସ୍ୱାଇଁ ସବୁ ସମୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ଼ ଓ ମାର୍କଣ୍ଡ ବେହେରାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ରିପୋର୍ଟ-ଶିବରାମ ଚୌଧୁରୀ