କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ପୋୖରାଞ୍ଚଳ ଅନ୍ତର୍ଗତ 1 ନଂ ୱାର୍ଡ ଜଗନ୍ନାଥ ବସ୍ତିର ଲୋକମାନେ ମାନନୀୟ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗତ ସେପ୍ଟେମ୍ବର ମାସ 20 ତାରିଖରେ କରିଥିବା ଅଭିଯୋଗର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ମାନନୀୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁଷ୍ପଗୁଚ୍ଛ ଦେଇ ଧନ୍ୟବାଦ ଜଣାଇଥିଲେ। ବାକିଥିବା କାର୍ଯ୍ୟ ଗୁଡିକ କିପରି ଉଚିତ ସମୟ ମଧ୍ୟରେ ସମ୍ପୁର୍ଣ୍ଣ କରାଯିବ ଏଥିପାଇଁ ଆଲୋଚନା କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ତୁରନ୍ତ ଏହି କାର୍ଯ୍ୟ ସମ୍ପାଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଥାଉକି ଦୀର୍ଘ 15 ବର୍ଷରୁ ଉର୍ଦ୍ଧ୍ବ ହେବ ଜଗନ୍ନାଥ ବସ୍ତିରେ ସାମାନ୍ୟ ବର୍ଷରେ ରାସ୍ତାରେ ପାଣି ଜମିକରି ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିଲା। ଛାତ୍ରଛାତ୍ରୀ, ବୃଦ୍ଧ ଲୋକଙ୍କ ସମେତ ଅଞ୍ଚଳବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲେ। ଶେଷରେ ବସ୍ତି ବାସିନ୍ଦା ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟ(ଆଟା)ର ସହଯୋଗରେ ମାନନୀୟ ଜିଲ୍ଲାପାଳଙ୍କୁ ଏହି ଦୁଃଖ ଦୁର୍ଦ୍ଦଶା ବିଷୟରେ ଅବଗତ କରାଇଥିଲେ। ଏହା ପରେ ମାନନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ନିଜେ ବୁଲି କରି ଅବସ୍ଥା ବିଷୟରେ ଅବଗତ ହୋଇଥିଲେ। ଏହାପରେ ବଜା ପଡିଥିଲା। ଯାହା ଫଳରେ ଲୋକମାନଙ୍କ ଯାତାୟାତରେ ସାମାନ୍ୟ ସୁବିଧା ହୋଇଅଛି। ଏବେ ଆଉ କିଛି ବଜା ପକାଇ ରାସ୍ତା ସମତୁଲ କରି ଏହା ଉପରେ କଂକ୍ରିଟ ରାସ୍ତା ଓ ରାସ୍ତାକୁ ସଂଲଗ୍ନ କରୁଥିବା କଭର ଡ୍ରେନ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମାନନୀୟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 50ରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦାଙ୍କ ସମେତ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟର ସକ୍ରିୟ ସଦସ୍ୟ ଆଦିତ୍ୟ ନାରାୟଣ ବାରିକ ଓ ବିସ୍ମୟ ମିଶ୍ର ଉପସ୍ଥିତ ରହିଥିଲେ।
Related Stories
October 18, 2024