ଭୁବନେଶ୍ୱର ଲୋକସଭାର ଲୋକପ୍ରିୟ ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଙ୍କର ୫୩ ତମ ଜନ୍ମଦିନ ଅବସରରେ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ୟୁଥ ଫର ଆକ୍ସନର ମିଳିତ ସହଯୋଗରେ ଏକ ବିଶାଳ ରକ୍ତଦାନ ଶିବିର ରାଜଧାନୀ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା ଏହାକୁ ସାଂସଦ ଶ୍ରୀମତୀ ଷଢଙ୍ଗୀ ଉଦଘାଟନ କରିଥିଲେ| ଏହି ଅବସରରେ ଶ୍ରୀମତୀ ଷଢଙ୍ଗୀ ଓଡିଶାର ପାରମ୍ପରିକ ଛେନାପୋଡ଼ କାଟି ଘିଅ ଦ୍ୱୀପ ଜଳାଇ ଥିଲେ |ଏହି ରକ୍ତଦାନ ଶିବିରରେ ଯୋଗଦେଇଥିଲେ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟର ସଂଚାଳକ ଶ୍ରୀ ଉମେଶ ଖଣ୍ଡେଲୱାଲ,ଖଣ୍ଡେଲୱାଲ ସମାଜର ସଭାପତି ତଥା ଖଣ୍ଡେଲୱାଲ ସମିଳନୀର ଉପସଭାପତି ଶ୍ରୀ ଦିଲ୍ଲୀପ ଖଣ୍ଡେଲୱାଲ, ବିଜେପି ନେତା ଶ୍ରୀ ମଦନ ମୋହନ ପ୍ରଧାନ, ସାଂସଦ ପ୍ରତିନିଧି ଏକାମ୍ର ନିର୍ବାଚନ ମଣ୍ଡଳୀ ଶ୍ରୀ ତାପସ ଦଳାଇ, ବିଜେପି ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ଶ୍ରୀ ରାଜେନ୍ଦ୍ର ନାୟକ,ୟୁଥ ଫର ଆକ୍ସନର କୋ କନଭେନର ଶ୍ରୀ ସୁଜିତ ସିଂ, ସମାଜସେବୀ ଶ୍ରୀ ଅମୃତ ଲାଲ ଖଣ୍ଡେଲୱାଲ, ମାରୱାଡି ଯୁବା ମଞ୍ଚର ପୂର୍ବତନ ସଭାପତି ଶ୍ରୀ ମୁନାଲାଲ ଅଗ୍ରୱାଲ,ମାରୱାଡି ୟୁଵାମଞ୍ଚ ସମ୍ପାଦକ ଶ୍ରୀ ଅରୁଣ ଅଗ୍ରୱାଲ, ସମାଜସେବୀ ଶ୍ରୀ ଲକ୍ଷ୍ମୀ ନାରୟଣ ଅଗ୍ରୱାଲ, ବରିଷ୍ଟ ରକ୍ତଦାତା ଶ୍ରୀ ଧୀରେନ୍ଦ୍ର ଠାକୁର, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଶ୍ରୀ ରୋହିତ ଖେମକା, ଶ୍ରୀ ପ୍ରଦୀପ ଅଗ୍ରୱାଲ, ଶ୍ରୀ ପ୍ରକାଶ ପୃଷ୍ଟି, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର,ବିଜେପି ନେତା ଶ୍ରୀ କାଳୀ ପ୍ରସାଦ ମିଶ୍ର, ଶ୍ରୀମତୀ ସୀମାନ୍ତିନି ଜେନା, ଶ୍ରୀମତୀ ସୁଜାତା ବାରିକ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ | ପୂର୍ବରୁ ମହାମାରୀ କରୋନାର ପ୍ରଥମ ଲକଡାଉନ ସମୟରେ ଏକ ଲକ୍ଷ କୋଡିଏ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ ଏବଂ ଦ୍ୱିତୀୟ ଲକ ଡାଉନ ସମୟରେ ନିଶୁକ୍ଳ ଆମ୍ବୁଲାନ୍ସ ଓ ଅମ୍ଳଜାନ ସିଲିଣ୍ଡର ସେବା ଯୋଗାଇ ଦେଇଥିବା ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ କୁ ଆଜିର କାର୍ଯ୍ୟକ୍ରମ ପାଇଁ ସମସ୍ତେ ପ୍ରଶଂସା କରିଥିଲେ |