ଭୁବନ – ଶକ୍ତିସ୍ୱରୂପିଣୀ, ଅଭୟଦାୟିନୀ, ଦୁଷ୍ଟନିବାରିଣୀ ମା କାଳୀଙ୍କ ଆବାହନ ପାଇଁ ସମଗ୍ର ଭୁବନ ଅଂଚଳ ଉସôବ ମୁଖର ହୋଇପଡିଛି । ଚଳିତବର୍ଷ ଭୁବନ କାଳୀବଜାର ପୂଜା ପ୍ରତିÂାନ ୪୧ ବର୍ଷରେ ପଦାର୍ପଣ କରିଥିବା ବେଳେ ସିନେମା ହଲ୍ ଛକ ୩୪ ତମ ବାର୍ଷିକ କାଳୀ ପୂଜା ପାଳନ କରୁଛି । ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତର ନୂଆହାଟ ସ୍ଥିତ ମହାବୀର ବ୍ୟବସାୟୀ ସଂଘ ତରଫରୁ ୩୧ ତମ ବାର୍ଷିକ କାଳୀ ପୂଜା ଅତ୍ୟନ୍ତ ଉସôାହ ଉଦ୍ଧିପନା ଶ୍ରଦ୍ଧା ଭକ୍ତିର ସହ ପାଳନ ହେଉଛି ଓ ଏକତାଳି ପଂଚାୟତର ପୁରୁଷୋତମପୁର (ମଣିପୁର) ଗ୍ରାମରେ ୧୫ତମ ବାର୍ଷିକ କାଳୀପୂଜା ପାଳନ ହେଉଛି । ସୁଉଚ୍ଚତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ଭୁବନ ଓ ନୂଆହାଟ ଝଲସୁଛି । ସଂଧ୍ୟାପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜାମଣ୍ଡପରେ ପ୍ରବଳ ଭିଡ ହେଉଛି ।
କାଳୀବଜାର-୧୯୭୯ ମସିହାରେ ସ୍ୱର୍ଗତ କେଶବ ଚନ୍ଦ୍ର ସାହୁ, ସ୍ୱର୍ଗତ ବେଣୁଧର ପୃଷ୍ଟିଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ ପ୍ରଥମେ କାଳୀବଜାର ଠାରେ କାଳୀପୂଜା ଆରମ୍ଭ ହୋଇଥିଲା । କାଳୀବଜାର ବଣିକ ସଂଘ ୨୦୦୪ ମସିହାରେ ରୌପ୍ୟଜୟନ୍ତୀ ପାଳନ କରିଛି । ଚଳିତବର୍ଷ ୪୧ ତମ ବାର୍ଷିକ କାଳୀପୂଜା ପାଳନ ହେଉଛି । ସଭାପତି ସମୀର କୁମାର ସାହୁ ଙ୍କ ନେତୃତ୍ୱରେ ବଣିକ ସଂଘର ସମସ୍ତ ଭାଇ ମାନଙ୍କ ସହଯୋଗରେ କାଳୀପୂଜା ଅନୁÂିତ ହେଉଛି । ୨୦୦୪ ମସିହା ରୌପ୍ୟଜୟନ୍ତୀ ବର୍ଷଠାରୁ ପ୍ରତିବର୍ଷ ମା ଙ୍କ ବଡପୂଜାରେ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ କାଳୀବଜାର ବଣିକ ସଂଘ ର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି ।
ସିନେମାହଲ-୧୯୮୬ ମସିହାରେ ଭୁବନ ଏନ.ଏ.ସି ଅନ୍ତର୍ଗତ ୧ ନମ୍ବର ବ୍ୱାର୍ଡ ସିନେମାହଲ ନିକଟ ବାସିନ୍ଦାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା କାଳୀପୂଜା ଚଳିତବର୍ଷ ୩୪ ବର୍ଷରେ ପଦାର୍ପଣ କରିଛି । ଆସନ୍ତା ବୁଧବାର ମା ଙ୍କ ବଡପୂଜାରେ ପ୍ରାୟ ୩ ହଜାର ଶ୍ରଦ୍ଧାଳୁ ସାମୁହିକ ପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଛି । ସୁଉଚ୍ଚ ତୋରଣ, ଲାଇଟ ଗେଟ୍ ଓ ରଙ୍ଗିନ ଆଲୋକମାଳାରେ ସଂଧ୍ୟାରେ ସମଗ୍ର ଅଂଚଳ ଝଲସୁଛି । ସଭାପତି ସନ୍ତୋଷ କୁମାର ପୋଥାଳ, ସଂପାଦକ ଧନେଶ୍ୱର ଦାସ,ରବୀନ୍ଦ୍ର ସାହୁ, ପର୍ଶୁରାମ ପୋଥାଳ, ଭବାନୀଶଙ୍କର ବେହେରା, କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱ ଓ ସାହିବାସିନ୍ଦାଙ୍କ ସହଯୋଗରେ ପୂଜା ଅନୁÂିତ ହେଉଛି । ।
ନୂଆହାଟ- ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦ୍ଧଙ୍ଗା ପଂଚାୟତ ର ନୂଆହାଟ ଠାରେ ମହାବୀର ବ୍ୟବସାୟୀ ସଂଘ ତରଫରୁ ୧୯୮୯ ମସିହାରେ ଆରମ୍ଭ ହୋଇଥିବା କାଳୀପୂଜା ଗତ ୨୦୧୩ ମସିହାରେ ରୌପ୍ୟ ଜୟନ୍ତୀ ପାଳନ କରି ଚଳିତ ବର୍ଷ ୩୧ ବର୍ଷରେ ପଦାର୍ପଣ କରିଛି । ଦୋଳି, ମୀନାବଜାର, ଉଠାଦୋକାନୀ, ଚାଟ, ଦୋସା, ଦହିବରା, ଆଳୁଦମ, ଠୁଙ୍କାପୁରୀ ମନୋହରୀ ଦୋକାନର ପସରା ମେଲିଛି । ଲାଇଟଗେଟ,ସୁଉଚ୍ଚ ତୋରଣ,ରଙ୍ଗୀନ ଆଲୋକମାଳାରେ ଅମରାବତୀର ଭ୍ରମ ସୃଷ୍ଟି କରୁଛି । ଏହି ଅବସରରେ ଏଠାରେ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହେଉଛି । ସଂଧ୍ୟାପର ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ହେଉଛି । ଭିଡ଼ ସମ୍ଭାଳିବାକୁ ଭୁବନ ପୋଲିସ ସମେତ ୧ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି । ସମସ୍ତ ବ୍ୟବସାୟୀ ଭାଇ ମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି ।
ମଣିପୁର-୨୦୦୫ ମସିହାରେ ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତର ପୁରୁଷୋତମପୁର ଶାସନ (ମଣିପୁର)ରେ ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମେ କାଳୀପୂଜା ଆରମ୍ଭ ହୋଇଥିଲା । ଚଳିତବର୍ଷ ୧୫ ତମ ବାର୍ଷିକ ପୂଜା ଅନୁÂିତ ହେଉଛି । ଅତ୍ୟନ୍ତ ଉସôାହର ସହ ଗ୍ରାମବାସୀ ପୂଜା ପାଳନ କରୁଛନ୍ତି । ମଣିପୁର ଗ୍ରାମରେ କାଳୀପୂଜା ଗଣପର୍ବର ମାନ୍ୟତା ପାଇଛି । ପ୍ରତ୍ୟେକ ସଂଧ୍ୟାରେ ପାଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହେଉଛି । ସେଥିପାଇଁ ସମସ୍ତଙ୍କ ଘରେ କୁଣିଆଙ୍କ ଭିଡ଼ ଜମୁଛି ।
ଅନୁରୂପ ଭାବେ ଭୁବନ ବ୍ଲକର ମଠକରଗୋଳା ଓ ଜିରାଳ ଗ୍ରାମରେ ମଧ୍ୟ କାଳୀପୂଜା ବେଶ୍ ଧୁମଧାମରେ ପାଳନ କରାଯାଉଛି ।