
ପଟ୍ଟାମୁଣ୍ଡାଇ ,ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପଟ୍ଟାମୁଣ୍ଡାଇ ନଗର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମିତା ସାହୁଙ୍କ ନେତୃତ୍ୱରେ ବେଲତଳ ବେଲେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ଆୟୋଜିତ ସ୍ୱଚ୍ଛଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ,ଉପସଭାନେତ୍ରୀ ଲିଜାରାଣୀ ଦାଶ,ସାଧାରଣସମ୍ପାଦିକା ଉଷାରାଣୀ ମିଶ୍ର,ସମ୍ପାଦିକା କବିତା ମଳିକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତାମୟୀ ସାମଲ,୧୫ ନଂ ଜୋନ ସଭାନେତ୍ରୀ ପୁଷ୍ପଲତା ଜେନା,ମିତାଲିମଧୁସ୍ମିତା ସ୍ୱାଇଁ,ଝିଲ୍ଲୀରାଣୀ ଦାସ, ଆଶାଲତା ଜେନା, ସୁଜାତା ସାମଲ,ରଶ୍ମିତା ବାଇ,ଲିପ୍ସାରାଣୀ ପଣ୍ଡା, ସଂଯୁକ୍ତା ଜେନା,ବନିତା ସାହୁ,ସୁମିତ୍ରା ବେହେରା, ସଂଯୁକ୍ତା ବେହେରା,ସସ୍ମିତା ନାଥ ଓ ଶୁଚିସ୍ମିତା ପରିଡା ପ୍ରମୁଖ ମହିଳାମୋର୍ଚ୍ଚାର ବହୁ କାର୍ଯ୍ୟକର୍ତା ଓ ସଦସ୍ୟା ସାମିଲ ହୋଇ ବେଲେଶ୍ୱର ମହାଦେବ ମନ୍ଦିର ପରିସର ସଫେଇ କରିବା ସହିତ ବୃକ୍ଷରୋପଣ କରିଥିଲେ ।