ଭୁବନେଶ୍ୱର – ରାଜ୍ୟରେ ଖାଲି ଥିବା ୩,୨୭୮ ଡାକ୍ତର ପଦବୀ ପୂରଣକୁ ନେଇ ଓଡ଼ିଶା ଲୋକସେବା ଆୟୋଗକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପ୍ରମୋଦ ମେହେର୍ଦ୍ଧା ଚିଠି ଲେଖି ଜଣାଇଛନ୍ତି । ଏଥିମଧ୍ୟରେ ସାଧାରଣ ବର୍ଗର ୧୩୫୮ ପଦବୀ ଖାଲି ଥିବା ବେଳେ ଏସସିବିସିଙ୍କ ପାଇଁ ୧୩୬, ଅନୁସୂଚିତ ଜାତିଙ୍କ ପାଇଁ ୭୦୯, ଅନୁସୂଚିତ ଜନଜାତିଙ୍କ ପାଇଁ ୧୦୭୫ ପଦବୀ ଅନ୍ତର୍ଭୁକ୍ତ ରହିଛି । ଏଥିନେଇ ଶିଘ୍ର ଡାକ୍ତରୀ ପରୀକ୍ଷା କରି ତାଲିକା ପଠାଇବା ପାଇଁ ଉଲ୍ଲେଖ କରାଯାଇଛି । ଏଥିପାଇଁ ଓପିଏସସି ତୁରନ୍ତ ବିଜ୍ଞାପନ ପ୍ରକାଶ କରିବା ପାଇଁ କୁହାଯାଇଛି । ସାଧାରଣ ବର୍ଗଙ୍କ ପାଇଁ ୨୮୪୨ ପଦବୀ ଥିଲା ବେଳେ ବର୍ତମାନ ୧୪୮୪ ଜଣ ଅଛନ୍ତି । ସେହିପରି ଏସସିବିସିଙ୍କ ପାଇଁ ୬୩୯ଟି ପଦବୀ ମଂଜୁରୀପ୍ରାପ୍ତ ହୋଇଥିଲା ବେଳେ ୫୦୩ ଅଛନ୍ତି । ଅନୁସୂଚିତ ଜାତିଙ୍କ ପାଇଁ ୯୨୩ ପଦବୀ ରହିଥିଲା ବେଳେ ଏବେ ୨୧୪ ଜଣ ଡାକ୍ତର ଅଛନ୍ତି । ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ୧୨୭୯ ମଂଜୁରୀପ୍ରାପ୍ତ ପଦବୀ ଥିବା ବେଳେ ୨୦୪ ଜଣ ଅଛନ୍ତି । ୨୦୦୦ ଏଲଟିଆରଏମଓ (ଲିଭ ରିଜର୍ବେସନ ଟ୍ରେନିଂ ମେଡ଼ିକାଲ ଅଫିସର) ପଦବୀ ଅନ୍ତର୍ଭୁକ୍ତ ରହିଛି ।