ନୂଆପଡ଼ା,ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ପବିତ୍ର ତୀର୍ଥ ପାତଲ ଗଙ୍ଗା ସ୍ଥିତ ମାଁ ଦ୍ୱାର୍ଶନୀ ଓ ମାଁ ଦୁର୍ଗା ମନ୍ଦିର ପୀଠରେ ପାଳିତ ହେଉଛି ଦୁର୍ଗତି ନାସିନୀ ମାଁ ଦୁର୍ଗା ଓ ଦ୍ୱାର୍ଶନି ମାଇଁଙ୍କ ନବରାତ୍ରୀ ପର୍ବ। ଏହି ନବରାତ୍ରୀରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ନିଜ ନିଜର ମନସ୍କାମନା ପୂରଣ ପାଇଁ ମାଁଙ୍କ ପାଖରେ ଜାଳିଛନ୍ତି ଶହ ଶହ ଜାଗର ଦୀପ। ଯୁଗେ ଯୁଗେ ଆଦିଶକ୍ତି ମାଁ ଦସଭୁଜାଙ୍କ ଧରାପୃଷ୍ଠରେ ଆଭିର୍ଭାଵ ହୁଅନ୍ତି ଓ ପରେ ମାଁ ଦଶଭୁଜା ଦୁଷ୍ଟ ଶକ୍ତିକୁ ଦମନ କରି ଆସିଛନ୍ତି ଓ ତାଙ୍କର ଭକ୍ତ ମାନଙ୍କୁ ପଣତ କାନିରେ ଘୋଡାଇ ରଖନ୍ତି । ଏହି ବିଶ୍ୱାସକୁ ପାଥେୟ କରି ହିନ୍ଦୁ ଧର୍ମରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ନବରାତ୍ର ପର୍ବକୁ ପାଳନ କରି ଆସୁଛନ୍ତି ଭକ୍ତ। ପତାଲଗଙ୍ଗା ସ୍ଥିତ ଦୁର୍ଗା ମନ୍ଦିରର ମୁଖ୍ୟ ପୂଜକଙ୍କ ସୂଚନା ଅନୁସାରେ ୧୨୭ ଜଣ ଶ୍ରଦ୍ଧାଳୁ ୯ଦିନ ପାଇଁ ଦିବାରାତ୍ର ମାଁଙ୍କ ମନ୍ଦିରରେ ଜାଗର ଦୀପ ଜାଳିଛନ୍ତି।