କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । ଫଳରେ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । କୋଣାର୍କ ପ୍ରାଥମିକ
ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଗତ ଅକ୍ଟୋବର ୨ ତାରିଖରୁ ଜରୁରୀକାଳୀନ ରୋଗୀ ଚିକିତ୍ସା ବନ୍ଦ କରିଦେଇଛନ୍ତି । କୋଣାର୍କ ସମେତ ଗୋପ ଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ୮ଜଣ ଆୟୁଷ ଡାକ୍ତର ଦୀର୍ଘ ୧୪ ବର୍ଷ ଧରି ରାଜ୍ୟ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ,ଇସଞ୍ଜୀବନୀ, ଜରୁରୀକାଳୀନ ରୋଗୀ ସେବା, ରାତ୍ରିକାଳୀନ ରୋଗୀ ସେବା, ପ୍ରସୃତି, ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ସେବା ଓ କାୟାକଳ୍ପ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଚାକିରି ସ୍ଥାୟୀ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଉଥିବାବେଳେ ତାହା ଅଦ୍ୟାବଧ କାର୍ଯ୍ୟକାରୀ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ କାଳକ୍ଷେପଣ
ନୀତି ଅବଲମ୍ବନ କରୁଥିବା ଦେଖୁବାକୁ ମିଳିଛି ।
ଗତ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆୟୁଷ ଡାକ୍ତରମାନେ ଜରୁରୀକାଳୀନ ସେବା ନ କରି ନିଜ ଆୟୁଷ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି । ଏଠାରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ଦ୍ଵାରା ସମସ୍ତ ପ୍ରକାର ଜରୁରୀକାଳୀନ ଚିକିତ୍ସା ସେବା ମିଳୁଥିବାବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ତାହା ବଧାପ୍ରାପ୍ତ ହେଉଛି ।
ଫଳରେ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଜନସାଧାରଣ ଓ ପର୍ଯ୍ୟଟକ ଚିକିତ୍ସା ପାଇଁ ଗୋପ ସମେତ ପୁରୀ ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ବିଚାର କରି ନିରବଚ୍ଛିନ୍ନ ସେବା ପ୍ରଦାନ କରୁଥିବା ଆୟୁଷ ଡାକ୍ତରଙ୍କ ଚାକିରି ସ୍ଥାୟୀ କରିବା ପାଇଁ ଦାବି ହୋଇଛି ।
Related Stories
November 24, 2024
November 24, 2024