ଭୁବନେଶ୍ୱର – ସ୍ଥାନୀୟ ପ୍ରାଦେଶିକ ସେନା ୧୨୦ ପଦାତିକ ବାହିନୀ ବାଟାଲିୟନ ଠାରେ ୭୩ତମ ପଦାତିକ ବାହିନୀ ଦିବସ ପାଳିତ ହୋଇଯାଇଛି । ଏହି ଷ୍ଟେସନର ସବୁଠୁ ବରିÂ ପଦାତିକ ସେନା ଅଧିକାରୀ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ଜେକେ ମହାନ୍ତି ସମସ୍ତ ପଦାତିକ ବାହିନୀ ଯବାନଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ୪୦ରୁ ଆରମ୍ଭ କରି ୮୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗର ୧୫୦ରୁ ଊଦ୍ଧ୍ୱର୍ ଅବସରପ୍ରାପ୍ତ ପଦାତିକ ବାହିନୀର ଅଧିକାରୀମାନେ ଯୋଗ ଦେଇ ବୀର ସହିଦଙ୍କ ବଳୀଦାନର ସ୍ମୃତିଚାରଣ କରିଥିଲେ ।
ଏହି ଅବସରରେ ଲେଫ୍ଟନାଂଟ ଜେନେରାଲ ଶ୍ରୀ ମହାନ୍ତି ଉଦବୋଧନ ଦେଇ ସେନାବାହିନୀରୁ ପ୍ରାପ୍ତ ଅଭିଜ୍ଞତାକୁ ସମାଜର କଲ୍ୟାଣ ଲାଗି ବିନିଯୋଗ କରିବା ନିମନ୍ତେ ସମସ୍ତ ଅବସରପ୍ରାପ୍ତ ସେନା ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ ।
ଦେଶ ସ୍ୱାଧୀନତା ଲାଭ କରିବା ପରେ ପଦାତିକ ବାହିନୀର ପ୍ରଥମ ସାମରିକ କାର୍ଯ୍ୟାନୁÂାନର ସ୍ମୃତିଚାରଣ କରିବା ଉଦେ୍ଧଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୭ ତାରିଖକୁ ପଦାତିକବାହିନୀ ଦିବସ ଭାବେ ପାଳନ କରାଯାଇଥାଏ । ୧୯୪୭ ମସିହା ଏହି ତାରିଖରେ ଭାରତୀୟ ସେନାର ଶିଖ ରେଜିମେଂଟ ଜମ୍ମୁ କଶ୍ମୀରର ଶ୍ରୀନଗରରେ ପ୍ରଥମ ସାମରିକ କାର୍ଯ୍ୟାନୁÂାନ ଗ୍ରହଣ କରିଥିଲା । ପାକିସ୍ତାନ ସେନାର ସହାୟତାରେ ଜମ୍ମୁ ଓ କଶ୍ମୀରରେ ଅନୁପ୍ରବେଶ କରିଥିବା ଜନଜାତି ଅନୁପ୍ରବେଶକାରୀଙ୍କ ବିରୋଧରେ ଭାରତୀୟ ସେନା ଅସୀମ ବୀରତ୍ୱ ପ୍ରଦର୍ଶନ କରି ଯୁଦ୍ଧ ଲଢ଼ିଥିଲା ଏବଂ ସେମାନଙ୍କୁ ଦେଶର ସୀମାରୁ ବିତାଡ଼ିତ କରିବାରେ ସକ୍ଷମ ହୋଇଥିଲା । ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାର ରକ୍ଷା କରିବା ଲାଗି ବହୁ ବୀର ସୈନିକ ସେମାନଙ୍କର ପ୍ରାଣବଳି ଦେଇଥିଲେ । ମେଜର ସୋମନାଥ ଶର୍ମା ଭଙ୍ଗା ହାତରେ ସେନାବାହିନୀର ନେତୃତ୍ୱ ନେଇ ଏହି ଅଭିଯାନକୁ ସଫଳ କରିଥିଲେ । ସେଥିପାଇଁ ତାଙ୍କୁ ଦେଶର ପ୍ରଥମ ପରମବୀର ଚକ୍ର ସମ୍ମାନରେ ଭୂଷିତ କରାଯାଇଥିଲା । ଏହି ଘଟଣାର ସ୍ମୃତିରେ ପ୍ରତିବର୍ଷ ପଦାତିକ ବାହିନୀ ଦିବସ ପାଳିତ ହୋଇ ଆସୁଛି ।