ଭୁବନେଶ୍ୱର, ରାଜ୍ୟରେ କରୋନାରେ ଆଉ ୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୮୨୩୪ ହୋଇ ଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୨-୨ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସେହିପରି ମୟୁରଭଂଜ, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାରୁ ଜେଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି ।