
ଆଜି ଅପରାହ୍ନ ୪ ଘଟିକା ରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୀ ସହରରେ ବଳିଆପଣ୍ଡା ଅନ୍ତର୍ଗତ ବସ୍ତି ରେ ସଂଗୃହିତ ବସ୍ତ୍ର ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ମନୋଜ,ଗୌରୀ, ଦିପୁ, ଦୀପକ, ଅଜୁ ଦୁଇ ଦିନ ପରିଶ୍ରମ କରି ସହରର ବିଭିନ୍ନ ବ୍ୟକ୍ତିଙ୍କ ଘରୁ ବସ୍ତ୍ର ସଂଗ୍ରହ କରି ଆଜିର କାର୍ଯ୍ୟ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ।
ନିହାରିକା, ଏକା , ଦୁଷ୍ମନ୍ତ, ଗୌତମ, ସୋମୁ ଏଥିରେ ସହଯୋଗ କରିଥିଲେ। ସ୍ଥାନୀୟ ଯୁବକ ରାମ ଏହି କାର୍ଯ୍ୟକ୍ରମଟିର ପରିଚାଳନା ସୁଚାରୁରୂପେ ସମ୍ପାଦନା କରିଥିଲେ। ପିପୁଲ ଫର ସେବା ର ସଦସ୍ୟ ରଶ୍ମି ଓ କିରନ ମଧ୍ୟ ଆସି ସାହିଭାଇ ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଭ୍ୟ ଶ୍ରୀ ମାନସ ଦାଶ ଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଦେଇଥିଲା। ସବୁଦିନ ପରି କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା ,ସମ୍ପାଦକ ଚନ୍ଦ୍ର ଶେଖର ମିଶ୍ର ଓ ଉପସଭାପତି ସୁରେଶ କରଙ୍କ ତତ୍ତ୍ଵାବଧାନରେ ଆଜିର କାର୍ଯ୍ୟ ଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା।