କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରବିନ୍ଦ୍ରନାଥ ପ୍ରତିହାରୀ ସ୍ମୃତି ପରିଷଦ , ପୁରୀ ତରଫରୁ ଦିବଂଗତ ସ୍ବର୍ଗୀୟ ରବିନ୍ଦ୍ରନାଥ ପ୍ରତିହାରୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୭ ଟାରେ ଭିତର ସେବାୟତ ନିଯୋଗ ର ନୀଳାଦ୍ରି ଭବନରେ ଅନୁଷ୍ଠିତ ହେଲା |ବିଗତ ବର୍ଷ କରନା କାରଣ ରୁ ରବୀନ୍ଦ୍ର ନାଥ ପ୍ରତିହାରୀଙ୍କ ଦେହାନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ହେଇଥିଲା .
ସ୍ବର୍ଗତ ପ୍ରତିହାରୀ ସେବାୟତ କୁଳର ଗର୍ବ ଆଉ ଗୌରବ ଭାବେ ପରିଚିତ ଥିଲେ |ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପ୍ରାନ୍ତ କାର୍ଯ୍ୟବାହ ଭାବେ ସେ ନିଜର ପ୍ରତିଭା ଓ କ୍ଷମତା କୁ ପ୍ରତିପାଦିତ କରିଥିଲେ |ଜଗନ୍ନାଥ ଚେତନା ର ଜଣେ ସୁବକ୍ତା ଓ ଜଗନ୍ନାଥଙ୍କ ଉପରେ ଗବେଷଣା , ପୁସ୍ତକ ରଚନାରେ ସେ ନିଜକୁ ମଗ୍ନ କରି ଥିଲେ |ପ୍ରଭୁଙ୍କ ସେବକ ଭାବେ ସେ ଜଗନ୍ନାଥଙ୍କ ଜୟଗାଥାକୁ ବିଶ୍ୱ ଦରବାରରେ ଅବଗତ କରେଇବା ତାଙ୍କ ଜୀବନ ର ଲକ୍ଷ୍ୟ ଥିଲା |
କାର୍ଯ୍ୟକ୍ରମ ର ଆରମ୍ଭ ଧ୍ୟାନ ମନ୍ତ୍ର ପାଠ ରୁ କରା ଯାଇଥିଲା |
ତାପରେ , ପ୍ରଦୀପ ପ୍ରଜ୍ଜ୍ୱଳନ , ମାଲ୍ୟାର୍ପଣ ଓ ସ୍ତୁତି ଚାରଣ କରା ଯାଇଥିଲା |ସ୍ବର୍ଗତ ରବିନ୍ଦ୍ରନାଥ ପ୍ରତିହାରୀଙ୍କ ସ୍ମୃତି ରେ ଏକ ପତ୍ରିକା ଉନ୍ମୋଚନ ଓ ଲୋକାର୍ପଣ କରାଗଲା |ତତ ପରାନ୍ତ ଶାନ୍ତି ପାଠ କରା ଯାଇ ଭଜନ ସମାରୋହ କରା ଯାଇଥିଲା | ବିଭିନ୍ନ ଗଣ ମାନ୍ୟ ବ୍ୟକ୍ତି ସ୍ବର୍ଗତ ରବୀନ୍ଦ୍ର ନାଥ ପ୍ରତିହାରୀଙ୍କ ବିଷୟରେ ମତ ବ୍ୟକ୍ତ କରିଥିଲେ |ଝାଞ୍ଜ ପିଟା ମଠ ମଠାଧିଶ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ , ରାଧା ବଲ୍ଲବ ମଠ ର ମଠାଧିଶ ବାବା ରାମ କୃଷ୍ଣ ଦାସ ମହାରାଜ , ଡ଼ ନରେଶ ଦାସ , ମହା ସଚିବ , ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ , ଡ଼ କରୁଣାକର ପ୍ରଧାନ , ସମାଜ ସେବୀ, ସୁଦର୍ଶନ ନାୟକ , ଭୁତପୁର୍ବ ଅବକାରୀ କମିଶନର , ଅସିତ ମହାନ୍ତି ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ |
Related Stories
November 22, 2024