ଗଞ୍ଜାମ, ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲିକାଭୂକ୍ତ ସାମ୍ବାଦିକ ମାନଙ୍କୁ ଜିଲାର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା, ରାଜ୍ୟ ସରକାରଙ୍କ ବିଭିନ୍ନ ସୂଚନା, ରାଜ୍ୟର ପଦସ୍ଥ ଅଧିକାରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ରାଜ୍ୟପାଳ ପ୍ରଭୃତି ଜିଲା ଗସ୍ତ ସମୟରେ ସୂଚନା, ଜିଲ୍ଲାପାଳଙ୍କ ଜନହିତକାରୀ ବୈଠକର ବିବରଣୀ ଇମେଲ ମାଧ୍ୟମରେ ଯୋଗାଇଦେବାର ବ୍ୟବସ୍ଥା ରହିଥିବାବେଳେ, ପ୍ରାୟ ଏକ ମାସ ହେଲା ଏଥିରେ ବ୍ୟତିକ୍ରମ କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଗଞ୍ଜାମ ଜିଲାପାଳ ଏବଂ ରାଜ୍ୟ ସୂଚନା ଓ ଲୋକସମ୍ପର୍କ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି ।