ମାଲକାନଗିରି – ବାଲିମେଳାରୁ ଚିତ୍ରକୋଣ୍ଡା ପର୍ଯ୍ୟନ୍ତ ଥିବା ସଡକ ସାଜିଛି ମରଣ ଯନ୍ତା | ଦୁଇ ଦିନରେ ଦୁଇଟି ପୃଥକ ପୃଥକ ମୋଟର ସାଇକେଲ ଦୁର୍ଘଟଣାରେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ତିନିଜଣ ଯୁବକ ଲଞ୍ଚ ଘାଟରୁ ଚିତ୍ରକୋଣ୍ଡା ଫେରୁଥିବା ସମୟରେ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଦୁର୍ଘଟଣା ଘଟି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଗୁରୁତର ମଧ୍ୟରୁ ଦୁଇ ଜଣଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଓ ଅନ୍ୟ ଜଣେ ଶ୍ରୀ ଗୋପାଳ ମାଝୀଙ୍କୁ କୋରାପୁଟ ମେଡିକାଲ ପଠାଯାଇଥିଲା | ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେହିପରି ଅନ୍ୟ ଏକ ଘଟଣାକ୍ରମେ ଆଜି ଦିନ୧୨ଟା ସମୟରେ ବାଲିମେଲାରୁ ଚିତ୍ରକୋଣ୍ଡା ଅଭିମୁଖେ ଆସୁଥିବା ଏକ ମୋଟର ସାଇକେଲ ଟନେଲ ବିଏସଏଫ କ୍ୟାମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଚିତ୍ରକୋଣ୍ଡା ମେଡିକାଲରେ ଚିକିତ୍ସା ପରେ ବିଶାଖାପାଟଣାକୁ ପଠାଯାଇଛି । ମୃତ ବ୍ୟକ୍ତି ହେଲେ ବାଲିମେଳା ନିଵାସୀ ବୁଲୁ ବାଘ ଓ ଅନ୍ୟ ଜଣେ ଅାହତ ହେଲେ ଅପର ସିଲେରୁ ନିଵାସୀ ସୁକମାନ ହନ୍ତାଳ । ଦୃତ ଗତିରେ ଗାଡି ଚାଳନା କରିବା ଏହିସବୁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଚିତ୍ରକୋଣ୍ଡା ପୋଲିସ ଉଦ୍ୟମରେ ସୁକମାନ ହନ୍ତାଳଙ୍କୁ ଚିତ୍ରକୋଣ୍ଡା ମେଡିକାଲ ନେବା ଦ୍ୱାରା ସେ ସୁସ୍ଥ ଥିବା ଜଣାପଡିଛି ।