ସାନଖେମୁଣ୍ଡି: ଆଲୋକର ପର୍ବ ଦୀପାବଳି ଉତ୍ସବକୁ ସାମାଜିକ ସ୍ତରରେ ସମ୍ପ୍ରଦାୟ ଭିତ୍ତିରେ ଅଲଗା ଅଲଗା ରୀତିରେ ପାଳନ କରୁଥିବା ସହିତ ପ୍ରମୁଖ ଦୀପଦାନ ପ୍ରକ୍ରିୟା ପ୍ରାୟତକ ସମାନ ଥାଏ। ନିଜର ପରିବାର ସହିତ ସମାଜରେ ପ୍ରାୟ ଘରେ ଧୁମଧାମରେ ଏହି ଉତ୍ସବ ପାଳିତ ହେଲା ବେଳେ ସମାଜରେ ଅଣଦେଖା ହୋଇ ରହିଯାଇ ଥିବା ମୁକ, ବଧିର, ଦୃଷ୍ଟିହୀନ ମାନଙ୍କ ପାଇଁ ଏହି ଭଳୀ ଉତ୍ସବ ମନରେ ବିରସ ଭାବ ସୃଷ୍ଟି କରିଥାଏ। ନିଜ ବୟସର ସାଧାରଣ ପିଲା ଏହି ପର୍ବ ସମୟରେ ନିଜ ବନ୍ଧୁବର୍ଗଙ୍କ ସହ ସୁଖ ବାଣ୍ଟୁଥିବା ବେଳେ ଏମାନଙ୍କ ବିରସତା ପ୍ରଚଳିତ ସଭ୍ୟତାକୁ ଉପହାସ କରିଥାଏ। ଏହି ଭାବ ପୁର୍ଣ ଆଦେଶ ଭରା ସମୟକୁ ଏହି ବର୍ଗ ସହିତ ମିଶି ସେମାନଙ୍କ ମାନସିକତାକୁ ଅପୂର୍ଣ ରଖିବା ଲକ୍ଷ ନେଇ ପ୍ରଶାସନ ନାନାଦି ରୂପରେଖ ଚୂଡାନ୍ତ କରିଥିବା ସଂପ୍ରତି ଦୃଷ୍ଟିଗୋଚର ହୋଇଅଛି। କଙ୍କୋରଡା ସ୍ଥିତ ମୁକ, ବଧିର ଇ ଦୃଷ୍ଟିହୀନ ବିଦ୍ୟାଳୟର ସଭାପତି ଭାବେ ସଂପ୍ରତି ଉପଜିଲ୍ଲାପାଳ ବ୍ରହ୍ମପୁର ଦାୟିତ୍ବରେ ଥିବା ଯୋଗୁଁ ଅନୁଷ୍ଠାନର ବିକାଶ ଉନ୍ନୟନ ମୂଳକ କାର୍ଯ୍ୟରେ ଅଗ୍ରଗତି ହେବା ସହ ପବିତ୍ର ଦୀପାବଳି ଉତ୍ସବରେ ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ଦ୍ୱାରା ବିଦ୍ୟାଳୟକୁ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ଏକ ଏଲ.ସି.ଡି ଟିଭି ପ୍ରଦାନ କରିବା ସହ ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଓ ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ପ୍ରମୁଖ ମିଳିତ ଭାବେ ଅନୁଷ୍ଠାନରେ ପହଂଚି ଏହି ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ଅନ୍ତେବାସୀଙ୍କୁ ମିଷ୍ଟନ, ସୁସ୍ଵାଦ ଫଳ ଓ ଖେଳନା ବଣ୍ଟନ କରାଯାଇ ଖୁସି ମାନଇଥିବା ଜଣାଯାଇଅଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ଅବସ୍ଥାକୁ ଅନୁଧ୍ୟାନ କରାଯିବା ସହ ଗ୍ରାମ ବୃଦ୍ଧିଜୀବଙ୍କୁ ବିଦ୍ୟାଳୟର ଉନ୍ନୟନ ପାଇଁ ଆବଶ୍ୟକ ଉପାଦାନ ସମ୍ପର୍କରେ ମତାମତ ଲୋଡ଼ାଯାଇଅଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।