
ରାଉରକେଲା -ଝାରସୁଗୁଡା ଓ ସମ୍ବଲପୁର ମଧ୍ୟରେ ନିର୍ମାଣ ଚାଲିଥିବା ୩ୟ ରେଳ ଲାଇନରେ ରାଜ୍ୟର ସମ୍ବଲପୁର ଓ ରାଉରକେଲା ଭିତରେ ୧୧ଟି ସ୍ଥାନରେ ଉଚ୍ଚା ପୋଲ ଓ ରେଳ ଧାରଣା ତଳେ ଥିବା ଛୋଟ ଛୋଟ ଗଳି ରାସ୍ତାକୁ ଚଉଡା କରିବାକୁ ରେଳ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭାଗ କୌଣସି ଉତର ନପାଇ ନିଜ କାମକୁ ଆଗେଇ ନେଉଥିବାରୁ ସେହି ସବୁ ଅଂଚଳବାସୀଙ୍କ ଲାଗି ସବୁ ଦିନ ଲାଗି ବଡ ସମସ୍ୟା ହୋଇ ରହିଜିବ ବୋଲି ସୂଚନା ମିଳିଛି । ତାହାର ଜ୍ୱଳନ୍ତ ଉଦାହରଣ ହେଲା ରାଉରକେଲା ପାନପୋଷ ବସ୍ତିକୁ ଯିବା ଲାଗି ରେଳଧାରଣା ତଳେ ଥିବା ଛୋଟିଆ ପୋଲ ।
ସୂଚନାରୁ ଜଣାପଡିଛି ଏହି ପାନପୋଷ ଅଂଚଳରେ ପୋଷ୍ଟମର୍ଟମ ଘର ସାଙ୍ଗକୁ ସବଡିଭିଜନାଲ ଡାକ୍ତରଖାନା, ଜିଲ୍ଲାର ପୁରାତନ ହକି ଷ୍ଟାଡିଅମ ଓ ପାନପୋଷ ବାସୀଙ୍କ କଲୋନୀ । ଏହି ରାସ୍ତା ଦେଇ ଫାୟାର ଗାଡି, ବଡ ଟ୍ରକ୍, ବସ ଆଦି ଯାତାୟତ କରିପାରୁ ନଥିବା ବେଳେ ଏହି ଅଂଚଳ ବାସୀ ଛେଣ୍ଡ ଦେଇ ବୁଲି ବୁଲି ପାନପୋଷ ଛକ ଓ ମୁଖ୍ୟ ରାସ୍ତା ଦେଇ ଯାଇଥାନ୍ତି । ତେବେ ୨୦୧୯ ମସିହାରେ ସେ ସମୟରେ ଅଳ୍ପ ଦିନ ଲାଗି ଏଠାରେ ଥିବା ଜିଲ୍ଲାପାଳ ରଶ୍ମିତା ପଣ୍ଡା ଏହି ସବୁ ସମସ୍ୟାକୁ ଅନୁଭବ କରି ତା ୨୮ ମଇ ୨୦୧୯ରେ ତାଙ୍କ ବାସଭବନ ଚିଠି ସଂଖ୍ୟା ୧୭୫୩ରେ ଏସଇ ରେଳ ବିଭାଗ ଜେନେରାଲ ମ୍ୟାନେଜରଙ୍କୁ ଏକ ଚିଠି ଲେଖି ଏହି ସବୁ କଥା ଦର୍ଶାଇ ଏହାର ସମାଧାନ ଲାଗି କହିଥିଲେ । ଏହା ପରେ ରେଳ ବିଭାଗର ଡିଭିଜନାଲ ମ୍ୟାନେଜର ତାଙ୍କ ଚିଠି ସଂଖ୍ୟା ଡିଆରଏମ/ସିକେପି/୧୮ଇଏନଜିଜି.ତା ୩-୩-୨୦୨୧ରେ ରାଜ୍ୟ ସରକାରଙ୍କର ଓାର୍କସ ବିଭାଗର ସଚିବଙ୍କୁ ଚିଠି ଲେଖି ସମ୍ବଲପୁରରୁ ରାଉରକେଲା ଭିତରେ ଏହିଭଳି ସମସ୍ୟା ଥିବା ୧୧ଟି ସ୍ଥାନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହମତି ତଥା ଖର୍ଚ୍ଚରେ ଚଉଡା ରାସ୍ତା ଓ ପୋଲ ନିର୍ମାଣ ଲାଗି କହିଥିଲେ । ଏହାର କପି ସେହି ଅଂଚଳର ବିଭିନ୍ନ ବିଧାୟକ ଓ ସାଂସଦ ମାନଙ୍କୁ ମଧ୍ୟ ଦିଆଯାଇଥିଲା । ହେଲେ ସମସ୍ତେ ନୀରବ । ରେଳ ବିଭାଗ ଏଭଳି ନୀରବତା ଦେଖି ୩ୟ ରେଳ ଲାଇନ କାମକୁ ଆଗେଇ ନେବା ସହ ସମ୍ବଲପୁର ଠାରୁ ରାଉରକେଲା ଭିତରେ ଲୋକଙ୍କର ଥିବା ଏହି ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଛି । ନିଜ କାମକୁ ରେଳ ବିଭାଗ ଆଗେଇ ନେଇଥିବା ବେଳେ ରାଉରକେଲା ପାନପୋଷ ଠାରେ ଥିବା ନିଚ୍ଚା ଓ ଗମ୍ବୁଜ ପୋଲ ଯାଗାରେ ମଧ୍ୟ ସେହିଭଳି ପୋଲଟିଏ ନିର୍ମାଣ କରିସାରିଲାଣି । ଏହାଦ୍ୱାରା ସହର ବଢୁଥିବା ବେଳେ ଅଂଚଳ ମଧ୍ୟ ବଢୁଛି । ପାନପୋଷ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ମଧ୍ୟ ଏହି ଅଂଚଳରେ ରହିଛି । ଅଂଚଳ ବାସୀଙ୍କ ଲାଗି ଏହା ମଧ୍ୟ ମୁଖ୍ୟ ରାସ୍ତା, ତେଣୁ ଏହି ସମୟରେ ଏହି ପୋଲର ନବୀକରଣ ହୋଇପାରିଥାନ୍ତା ଓ ଲୋକେ ଏହାର ସୁଫଳ ପାଇଥାନ୍ତେ । ରାଜ୍ୟ ସରକାର ଏହାକୁ ଶୁଣିଲେନି, କାମ ମଧ୍ୟ ହେଲାନି । ଖାଲି ରାଉରକେଲାରେ ଏହି ସ୍ଥାନ ନୁହେଁ ଅନେକ ଯାଗାରେ ଏଭଳି ସମସ୍ୟା ରହିଛି । ଏହାକୁ ଚିହ୍ନଟ କରି ରେଳ ବିଭାଗ ଚିଠି କରିଥିଲା, କିନ୍ତୁ ସମସ୍ତେ ନୀରବ । ତେଣୁ ରାଉରକେଲାରେ ଯେହେତୁ ସ୍ମାର୍ଟ ସିଟି ମହାନଗର ନିଗମର କାମ ଚାଲିଛି ସେହି କାମ ଭିତରେ ରେଳ ବିଭାଗ ସହ ସମଝୋତା କରି ଏହି ପୋଲ ସହ ରାଉରକେଲାରେ ଆବଶ୍ୟକ ଥିବା ରେଳ ଲାଇନ ଦେଇ ଯାଇଥିବା ସମସ୍ତ ପୋଲ ଓ ରାସ୍ତାକୁ ଉଚ୍ଚା ଓ ଚଉଡା କରି ନିର୍ମାଣ କରିବାକୁ ରାଜ୍ୟ କଂଗ୍ରେସର ପୂର୍ବତନ ସମ୍ପାଦକ ରଶ୍ମି ରଞ୍ଜନ ପାଢୀ ଦାବି କରିଛନ୍ତି ।