କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସେମାନଙ୍କୁ ବିଭିନ୍ନ ପ୍ରକ୍ରିୟା ସଂପର୍କରେ ଅବଗତ କରାଯାଇଥିଲା । ଫିଡବ୍ୟାକ ଫାଉଣ୍ତେସନର ଶ୍ରୀ ଜ୍ୟୋତି ପ୍ରକାଶ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ସେମାନେ ସହରର ଐତିହାସିକ ସମ୍ପର୍ଣ୍ଣ ସିଦ୍ଧବକୁଳ ମଠ,ଜିଆର ସ୍ବାମୀମଠ, ଗଙ୍ଗାମାତ ମଠ, ରାଧାକାନ୍ତ ମଠ, ଶ୍ବେତଗଙ୍ଗା ପୁଷ୍କରିଣୀ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମହାତ୍ମ ବିଷୟରେ ଆଲୋକପାତ କରିଥିଲେ । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜିବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ ଉପସ୍ଥିତ ଥିଲେ ।
Related Stories
November 22, 2024