ଭଞ୍ଜନଗର,ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲା।ହେଲେ ଭଞ୍ଜନଗର ଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି।ଗଞ୍ଜମ ଜିଲ୍ଲା ଏକ ବୃହତ୍ତମ ଜିଲ୍ଲା ହୋଇଥିବାରୁ ସୀମାନ୍ତ ଜିଲ୍ଲାର ଲୋକମାନେ ପ୍ରାୟ ୧୫୦କିଲୋମିଟର ଦୂରରେ ରହି ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଭୌଗଳିକ ପରିସ୍ଥିତି ଓ ଜନସଂଖ୍ୟା ପ୍ରାୟ ୨୨ଲକ୍ଷରୁ ଉର୍ଦ୍ଧ୍ବ ଥିଲେ ମଧ୍ୟ ସରକାର ଏହାକୁ ଘୁମୁସର ଜିଲ୍ଲା ଘୋଷଣା କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି।ତେଣୁ ଆନ୍ଦୋଳନକୁ ଜୋରଦାର କରିବା ଉଦ୍ଦେଶ୍ୟରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଭଞ୍ଜନଗର ବାର ଆସୋସିଏସନ ସହଯୋଗରେ ରବିବାର ଭଞ୍ଜନଗର ଏଡ଼ିଜେ କୋର୍ଟ ପାଠାଗାର ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏଥିରେ ଆବାହକ ସୋମନାଥ ନାୟକ ଏବଂ ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଘୁମୁସର ଜିଲ୍ଲା ଗଠନ ସପକ୍ଷରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏସଂକ୍ରାନ୍ତରେ ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖା ଏହି ଆନ୍ଦୋଳନର ପ୍ରଚାର ଓ ପ୍ରସାର ଦାୟୀତ୍ୱ ଗ୍ରହଣ କରିଛି।ଏଥିରେ ସଂଘର ଉପଦେଷ୍ଟା ରବୀନ୍ଦ୍ର ପାତ୍ର, ସଭାପତି ଜୟକୃଷ୍ଣ ପଟ୍ଟନାୟକ, ରୋଟାରିଆନ ଶ୍ରୀରାମ ପ୍ରସାଦ ପାଳ, ଆଇନଜୀବୀ ଏମ. ତାଜ ଆଦେନୀ, ପ୍ରଦ୍ୟୁମ୍ନ ନାୟକ, ରବି ଦାଶ ଓ ଅନ୍ୟମାନେ ନିଜର ମତାମତ ରଖିଥିଲେ।
Related Stories
November 21, 2024
November 21, 2024