-
ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ
ଭବାନୀପାଟଣା, ଚାକିରୀ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଏକ ବେନାମୀ କମ୍ପାନୀ ଉପରେ ଚଢ଼ଉ କରିବା ସହ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ କୁମାର କୁମାର ଜେନା (୨୯) ସମେତ ୬ ଜଣଙ୍କୁ ଗିରଫ କରିଛି । ଅନ୍ୟମାନେ ହେଲେ ଦୁଷ୍ମନ୍ତ ଜେନା (୨୨), ବଳଦେବ ବେହେରା (୨୩), କଲାଣ୍ଡି ଚରଣ ଗହନା (୨୬), ହରେକୃଷ୍ଣ ରାଉତ (୨୪), ପ୍ରଦୀପ୍ତ ପଣ୍ଡା (୨୭) । ମୁଖ୍ୟ ଅଭିଯୁକ୍ତ ରଞ୍ଜିତର ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ଦୁଷ୍ମନ୍ତର ଘର ଅନୁଗୁଳ ଜିଲ୍ଲା ନୂଆପାଲ ଗ୍ରାମରେ, ବଳଦେବର ଘର ଢ଼େଙ୍କାନାଳ ଜିଲ୍ଲାର ନୂଆକୋଟ ଗ୍ରାମରେ । କଲାଣ୍ଡି ଚରଣଙ୍କ ଘର ଭଦ୍ରକ ଜିଲ୍ଲାର ଜୟରାମପୁର ଗ୍ରାମରେ, ହରେକୃଷ୍ଣର ଘର ପୁରୀ ଜିଲ୍ଲାରେ ଏବଂ ପ୍ରଦୀପର ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଦୁଇଟି ନୋଟ୍ ବୁକ୍ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଟାଉନ୍ ଥାନା ପୋଲିସ କେସ୍ ନଂ ୩୬୨/୨୧ରେ ଏକ ମାମଲା ରୁଜ୍ଜୁ କରିଛି ।