
ମାଲକାନଗିରି, ଆଜି କାଲିମେଳା ବ୍ଲକଅନ୍ତର୍ଗତ ମାନ୍ୟମକୋଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଏମଭି୭୫ ଗ୍ରାମରେ ଜୟ ମା ରଟାନ୍ତି କାଳି ଫୁଟବଲ ଟୁର୍ନାମେଣ୍ଟ ର ଉଦଘାଟିତ ହୋଇଯାଇଛି! ମାଲକାନଗିରି ର ପୁର୍ଵତନ ଵିଧାୟକ ମାନସ ମାଡ଼କାମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମ୍ୟାଚ ଉଦଘାଟନ କରିଥିଲେ!ଅନ୍ୟ ତମ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ଉତ୍ତମ ରାୟ, ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୁଖାର୍ଜୀ, ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ଦିଲ୍ଲୀପ ବିସ୍ଵାସ,ଉପ ସଭାପତି ସପନ ମଜୁମ ଦାର , ବିପ୍ଳବ ବିଶ୍ୱାସ, ଅନୁପ ମିସ୍ତ୍ରୀ ,ସରପଞ୍ଚ ହରି ଗୋଲରି ସମିତି ସଭ୍ୟ ଜୟ ରାମ କୁଞ, ସୁବ୍ରତ ସୀଲ୍ ସହ ଵହୁ ବୁଦ୍ଧିଜୀବୀ ଓ ଵରିଷ୍ଠ ନାଗରିକ ଯୋଗ ଦେଇ ଥିଲେ! ଉଦଘାଟନି ମ୍ୟାଚ ଛତିଶଗଡ଼ର ଖୁଣ୍ଟା ଟିମ ସହ ମାଲକାନଗିରି ଜିଲ୍ଲାର କୁଡୁମୁଲୁ ଗୁମ୍ମା ଟିମ ସହ ହୋଇଥିଲା।ଏଥିରେ ଛତିଶଗଡ଼ ର ଖୁଣ୍ଟାଟିମ ମାଲକାନଗିରି ର କୁଡୁମୁଲୁଗୁମ୍ମା ଟିମକୁ ତିନି ଗୋଲରେ ପରାସ୍ତ କରିଥିଲା!, ଖେଳ ଉଭୟଙ୍କ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ସହ ଵହୁତ ସୁନ୍ଦର ଥିଲା!ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ କ୍ରୀଡ଼ାପ୍ରେମୀ ଦର୍ଶକମାନେ ଖେଳ ଉପଭୋଗ କରିଥିଲେ!