ପଟ୍ଟାମୁଣ୍ଡାଇ ,ଦକ୍ଷତାର ବିକାଶ ହେଲେ କର୍ମସଂସ୍ଥାନ ପାଉନଥିବା ବେକାର ଯୁବକ/ଯୁବତୀ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଜି ସ୍ଥାନୀୟ ଆପେକ୍ସ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ପ୍ରଫେସର ଭରତ ପାତ୍ର ମତବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ଜନଶିକ୍ଷଣ ସଂସ୍ଥାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ସ୍ୱିକୃତିପ୍ରାପ୍ତ ବେସରକାରୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଉଦଘାଟନ ଉତ୍ସବରେ ଯୋଗ ଦେଇ ପ୍ରଫେସର ଶ୍ରୀପାତ୍ର କହିଲେ ଯେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ରୋଜଗାରକ୍ଷମତାକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଗ୍ରାମାଚଂଳରେ ବାସ କରୁଥିବା ବେକାର ଯୁବକ/ଯୁବତୀମାନେ କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ନିଜର ଦକ୍ଷତା ବୃଦ୍ଧି କରିବା ସହିତ ରୋଜଗାରକ୍ଷମ ହୋଇପାରିବେ ।ଯଦ୍ୱାରା ସେମାନଙ୍କର ଆର୍ଥୀକ ମାନଦଣ୍ଡ ସୁଦୃଢ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜେଏସଏସର ଚେୟାରମ୍ୟାନ ଅଜୟ କୁମାର ଖୁଟିଂଆ ଉତ୍ସବରେ ପୌରହିତ୍ୟ କରି ଭାରତର ଦୁଇ ତୃତୀୟାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାରୁ ନିଜ ଅଞ୍ଚଳରେ ମିଳୁଥିବା କଞ୍ଚାମାଲର ସଦୁପଯୋଗ କରି ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ରୋଜଗାରକ୍ଷମ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜନଶିକ୍ଷଣ ସଂସ୍ଥାନ ସିଲାଇ ଶିକ୍ଷା, ସୌଖୀନ କଣ୍ଢେଇ, ଛୋଟ ଦ୍ରବ୍ୟ, ଚାନ୍ଦୁଆ, ଛତୁଚାଷ, ଇଲେକ୍ଟ୍ରିସିୟାନ, ୱେଲଡିଂ, ପାଣିପାଇପ କାମ. କାଠ କାମ, ଅଗରବତୀ ପ୍ରସ୍ତୁତି, କମ୍ପ୍ୟୁଟର ଶିକ୍ଷା, ଚିକିତ୍ସାଳୟ ଓ ନରସିଂହହୋମ ସହାୟିକା, ଟ୍ୟାକ୍ସି ଡ୍ରାଇଭର, ବିୟୁଟିସିୟାନ, ଆର୍ଟିଫିସିଆଲ ଅଳଙ୍କାର ପ୍ରସ୍ତୁତି ଆଦି ତାଲିମ ପ୍ରଦାନ କରିବା ନିମନ୍ତେ ଯୋଜନା କରିଥିବା ସୂଚନା ଦେଇଥିଲେ । ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଚଂଳରେ ପର୍ଯ୍ୟାୟକ୍ରମେ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବେକାର ଯୁବକ/ଯୁବତୀମାନଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ କାଶୀନାଥ ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପକ ପ୍ରଣବ କୁମାର ପାତ୍ର ମୁଖ୍ୟବକ୍ତା, ଆସ୍ରାର କୋଡିନେଟର ପ୍ରମୋଦ କୁମାର ପାତ୍ର, ଜେଏସଏସର ଡାରେକ୍ଟର ଆଶୀଷ କୁମାର ସାହୁ, ଜେଏସଏସ ପ୍ରୋଗ୍ରାମ ଅଫିସର ଶଶୀଭୂଷଣ ଶତପଥୀ, ଜେଏସଏସ ରିସର୍ଚ ପରସନ ରଶ୍ମୀରଞନ ଚୌଧୁରୀ, ଜେଏସଏସ ଫିଲ୍ଡ କୋ-ଅଡିନେଟର ମଳୟ ରଞନ ପାତ୍ର, ସାମ୍ବାଦିକ ପତିତପାବନ ଭଦ୍ର, ଅନୀଲ ଚୌଧୁରୀ ପ୍ରମୁଖ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ ।