ପଟ୍ଟାମୁଣ୍ଡାଇ ,ପଟ୍ଟାମୁଣ୍ଡାଇ କଂଗ୍ରେସ କାର୍ଯ୍ୟଳୟରେ ଜାତିରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ କଂଗ୍ରେସ କାର୍ଯ୍ୟଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ନଗର କଂଗ୍ରେସ କମିଟି ସଭାପତି ଅମୂଲ୍ୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସତ୍ୟ, ଅହିଂସା ଓ ନିଶାମୁକ୍ତ ଭାରତ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶାସ୍ତ୍ରୀଜୀଙ୍କ ସ୍ୱପ୍ନ ଓ ଡାକରା “ଜୟ ଜବାନ, ଜୟ କିଷାନ” ଆଜିର ଦିନରେ ପ୍ରହସନ ପାଲଟିଛି ବୋଲି କ୍ଷୋଭର ସହ ବର୍ଣ୍ଣନା କରିଥିଲେ ।ଦୂର୍ଦ୍ଦଶ ବ୍ରିଟିଶ କବଳରୁ ପରାଧୀନ ଭାରତକୁ ଅହିସାଂ ଅସ୍ତ୍ରରେ ସ୍ୱାଧୀନ କରିବାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିବା ସହିତ ଗାନ୍ଧୀଙ୍କ ପରିକଳ୍ପିତ ସୁସ୍ଥ, ନିର୍ମଳ ଓ ଶକ୍ତିଶାଳୀ ଭାରତବର୍ଷ ଗଠନ ପାଇଁ ସ୍ୱଛଭାରତ ଓ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ସାଂପ୍ରତିକ ସମୟରେ ଗାନ୍ଧୀ ଦର୍ଶନ ହିଁ ସମାଜକୁ ସଠିକ ମାର୍ଗରେ ପରିଚାଳିତ କରିପାରିବ ବୋଲି ମତପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବ୍ଳକ କଂଗ୍ରେସ ସଭାପତି ମଳୟ ଦାସ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଯଦୁମଣି ଦାସ,ସମ୍ରାଟ ଜେନା,ମଳୟ ଓଝା,ନରେଶ ଜେନା,ଜିଲ୍ଲା କଂଗ୍ରେସ ସମ୍ପାଦକ ଆଲୋକ ରଂଜନ ଧଳ,ହିରଣ୍ୟ ରାଉତ,ସେକ ଅମରୁଲ,ସନାତନ ବିଶ୍ବାଳ,ବ୍ରଜ କିଶୋର ନାୟକ, ତପନ ପାତ୍ର, ଗୋବିନ୍ଦ ସେଠୀ,ଜଗନ୍ନାଥ ମହାପାତ୍ର, ଗଣେଶ ବଳ,ପୁରୁଷୋତ୍ତମ ଗିରି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।