କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜି ପ୍ରାତଃ ୭ଘଟିକା ରୁ “ପୂଜ୍ୟପୂଜା” କାର୍ଯ୍ୟକ୍ରମ କଚେରୀ ଛକ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଓ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରୁ ଆରମ୍ଭ ହୋଇ ପ୍ରାୟ ୧୦ଘଟିକା ରେ ବୀରହରେକୃଷ୍ନପୁର ସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିକଟରେ ସରିଥିଲା।
କ୍ରମ ଅନୁଯାୟୀ କଚେରି ଛକ ରେ ପଣ୍ଡିତ ଗୋପବନ୍ଧୁ ଓ ମଧୁବାବୁଙ୍କ ପରେ ଆଚାର୍ଯ୍ୟ ହରିହର, ତା ପରେ ସ୍ଵର୍ଗଦ୍ୱାର ସ୍ଥିତ ଚୈତନ୍ୟ ଓ ନିତାଇ ଗୋୖରାଙ୍ଗ, ଦିଗବାରେଣି ଖୁଣ୍ଟି ନିକଟରେ ସ୍ବାମୀ ବିବେକାନନ୍ଦ, ଭି ଆଇ ପି ରୋଡ଼ ରେ ଥିବା ମଧୁବାବୁ, ସୁବାସ ବୋଷ, ସଂସ୍କୃତି ଭବନ ରେ ଥିବା ନିମାଇଁ ହରିଚନ୍ଦନ, ପି କେ ଡି ଏ ଅଫିସ ସାମ୍ନାରେ ଥିବା ଚାଖି ଖୁଣ୍ଟିଆ, ମେଡିକାଲ ଛକ ରେ ଥିବା ବିଜୁ ବାବୁଙ୍କ ପରେ ବୀରହରେକୃଷ୍ଣପୁର ଛକରେ ଥିବା ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି କୁ ପାଣି ରେ ସଫା କରି ଫୁଲ, ଚନ୍ଦନ, ଧୂପ ,ଦୀପ ଓ ଫୁଲମାଳ ଦେଇ ପୂଜା କରାଯାଇଛି ।
ଶେଷ ରେ ଖଟୁଆ ସାହି ରେ ଏକ ସାଧାରଣ ବୈଠକ ରେ ଗାନ୍ଧୀଜି ଓ ଶାସ୍ତ୍ରୀଜି ଙ୍କ ଫୋଟୋ କୁ ପୂଜା କରାଯାଇ ଜନ୍ମ ଦିବସ ଓ ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋଚନା ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଶ୍ରୀ ବାନାମ୍ବର ପାତ୍ର, ଶ୍ରୀ ବୈଦ୍ୟନାଥ ପାଣି ଓ ସୁଶ୍ରୀ ସୁମତି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।
ରତ୍ନାକର,ଗୌରୀଶଙ୍କର,ମହେନ୍ଦ୍ର, ପ୍ରଶାନ୍ତ,ଆଶୀଷ,ବିକାଶ, ଶଙ୍କର, ଅଜୁ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସମ୍ପୂର୍ଣ୍ଣ ହୋଇଥିଲା । କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା ,ସମ୍ପାଦକ ଚନ୍ଦ୍ର ଶେଖର ମିଶ୍ର ଓ ଉପସଭାପତି ସୁରେଶ କରଙ୍କ ତତ୍ତ୍ଵାବଧାନରେ ଆଜିର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଵା ସୂଚନା ତନ୍ମୟ ଚାଟାର୍ଜି |