କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନରଙ୍କ କୋର୍ଟରେ ମୋକଦ୍ଧମା ବିଚାରାଧିନ ଥିବା ବେଳେ ମହିଳା କୁଟୀର ଆଶ୍ରମ ର କିଛି ମୂଲ୍ୟବାନ ଜମି ବେଆଇନ ଭାବେ ବିକ୍ରି କରାଯାଇଛି। ଆଶ୍ରମ କମିଟି ସମ୍ପାଦକ କୌଶିକ ସେନ ଗତ ୧୫ ତାରିଖ ଦିନ ଭିତର ସେବାୟତ ନିଯୋଗକୁ ୨୦୧ ଦେଶିମଲ୍ ଜମି ୧ କୋଟି ୯୫ ଲକ୍ଷ ୨୦ ହଜାର ରେ ବିକ୍ରି କରିଛନ୍ତି। ଗରିବ ମହିଳାଙ୍କ ଆଶ୍ରମ ଏବଂ ତାଲିମ ଶିବିର ଥିବା ଜମି ବେଆଇନ ଭାବେ ବିକ୍ରି କରାଯାଇଛି। ଭିତର ସେବାୟତ ନିଯୋଗ ପକ୍ଷରୁ ସଭାପତି ତଳୁଛ ନୀଳକଣ୍ଠ ମହାପାତ୍ର ଏବଂ ସମ୍ପାଦକ ରବି ନାରାୟଣ ଦାସ ଜମି ବିକ୍ରି ଦଳିଲରେ ଦସ୍ତଖତ କରିଛନ୍ତି। ସେଥିରେ ବିନାୟକ ଦାସ ମହାପାତ୍ର ଏବଂ ବିଶ୍ୱଜିତ୍ ସେନାପତି ସାକ୍ଷୀ ପଡ଼ିଥିବା ଜଣାପଡ଼ିଛି। ପୁରୀ ସମୁଦ୍ରକୁଳ ନିକଟସ୍ତ ଗାନ୍ଧିଘାଟ ରାଜସ୍ୱ ମୌଜା ର ଖାତା ୮୮/୭୭ ଏବଂ ପ୍ଲଟ ନମ୍ୱର୍ ୬୭ ରେ ରହିଛି ମହିଳା କୁଟୀର ଶିଳ୍ପ ଶିକ୍ଷା ଆଶ୍ରମ। ସେଠାରେ ୯୫୦ ଦେଶିମାଲ ମୂଲ୍ୟବାନ ଜମି ସମେତ ଗରିବ ବିଧବା, ସ୍ବାମୀ ପରିତ୍ୟକ୍ତ ମହିଳା ଏବଂ ଅନାଥ ଶିଶୁଙ୍କ ଥଇଥାନ ପାଇଁ ବ୍ୟବସ୍ଥା ରହିଛି। ଏହାଛଡା ମହିଳାଙ୍କ ପାଇଁ ଏକ ତାଲିମ ଶିବିର ନିର୍ମାଣ କରାଯାଇଛି। ଆଶ୍ରମ କମିଟି ସଭାପତି ଭାବେ ପ୍ରତିମା ମିଶ୍ର, ସମ୍ପାଦକ ଭାବେ କୌସିକ ସେନ ଏବଂ କୋଷାଧ୍ୟକ୍ଷ ଭାବେ ସୌଭିକ ସେନ କାର୍ଯ କରୁଛନ୍ତି। ଆଶ୍ରମ ଜମି ବିକ୍ରି ଉଦ୍ୟମକୁ ବିରୋଧ କରି ପୂରୀ ବିକାଶ ପରିଷଦ ଏବଂ କିଛି ଆଇନଜୀବି କିଛିଦିନ ତଳେ ଜିଲ୍ଲାପାଳ, ପିକେଡ଼ିଏ ଏବଂ ଜିଲ୍ଲା ଉପ ନିବନ୍ଧକଙ୍କ ନିକଟରେ ଆ lପତିପତ୍ର ଦାଖଲ କରିଥିଲେ। ଏପରିକି ମହିଳା ଆଶ୍ରମ ଜମି ପ୍ଲଟିଂ ଯୋଜନାକୁ ବିରୋଧ କରି ପିକେଡିରେ ରେ ଅଭିଯୋଗ କରାଯାଇଥିଲା। ଦୁଇଟି ଅଭିଯୋଗକୁ ବିଚାରକୁ ନନେଇ ପିକେଡିଏ ଗତ ୭ ତାରିଖରେ ଜମି ବିଭାଜନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ତଥା ପିକେଡିଏ ଅଧ୍ୟକ୍ଷ କ୍ରିଷନ କୁମାର ଙ୍କ ଅନୁମୋଦନ କ୍ରମେ ଜମି ବିଭାଜନ ପାଇଁ ଅନୁମତି ଦିଆଯାଇଛି। ପୁରୀ ଜିଲ୍ଲାପାଳ ବେଆଇନ ଭାବେ ମହିଳା କୁଟୀର ଶିଳ୍ପ ଶିକ୍ଷା ଆଶ୍ରମକୁ ବାଲୁଖଣ୍ଡ ଖାସମାହାଲ ଜମି ଗତ ୨୫.୦୪.୨୦୧୮ ରେ ସ୍ଥାୟୀ ଲିଜ ଦେଇଥିବା ଅଭିଯୋଗ କରି ଜଗନ୍ନାଥ ବସ୍ତିଆ ଗତ ଜୁଲାଇ ୨୨ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କୋର୍ଟରେ ମୋକଦ୍ଧମା କରିଥିଲେ। ଆର୍ ଡି ସି ତାହାକୁ ବିଚାର ପାଇଁ ଗ୍ରହଣ କରି କିଛି ଦିନତଳେ ପୂରୀ ଜିଲ୍ଲାପାଳ, ତହସିଲଦାର ଏବଂ ମହିଳା ଆଶ୍ରମ ସମ୍ପାଦକଙ୍କୁ ନୋଟିସ ଜାରି କରିଥିଲେ। ଆଗାମୀ ନଭେମ୍ବର ୫ ତାରିଖ ରେ ଏହି ମୋକଦ୍ଦମା ବିଚାର ପାଇଁ ରହିଛି। ଏହା ପୂର୍ବରୁ ଆଶ୍ରମର କିଛି ଜମି ବେଆଇନ ଭାବେ ବିକ୍ରି କରାଯାଇଥିବା ଶ୍ରୀ ଜଗନ୍ନାଥ ବସ୍ତିଆ ଅଭିଯୋଗ କରିଛନ୍ତି। ଏହାଛଡା ଜଣେ ମୃତ ବ୍ୟକ୍ତିଙ୍କ ଦରଖାସ୍ତ କୁ ଭିତ୍ତିକରି ପି କେ ଡି ଏ ଜମି ବିଭାଜନ ପାଇଁ ଅନୁମତି ଦେଇଥିବା ସେ ଅଭିଯୋଗ କରିଛନ୍ତି।
Related Stories
November 22, 2024