ଭୁବନେଶ୍ୱର, କ୍ରମାଗତ ତୃତୀୟ ଦିନ ପାଇଁ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି । ଶନିବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୩୦ ପଇସା ବଢ଼ିଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୨.୧୪ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୯୦.୪୭ ଟଙ୍କା ହୋଇଛି । ଗତକାଲି ଦିଲ୍ଲରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧୦୧.୮୯ ଟଙ୍କା ଓ ୯୦.୧୭ ଟଙ୍କା ରହିଥିଲା ।
ରିପୋର୍ଟ ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୪୪ ପଇସା ବଢ଼ି ୧୦୩.୦୧ ଟଙ୍କାରେ ପହଂଚିଛି । ଅନ୍ୟପକ୍ଷରେ ଡିଜେଲ ଦାମ ଲିଟର ପିଛା ଦାମ ୫୧ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ଡିଜେଲର ଲିଟର ପିଛା ଦାମ ୯୮.୬୫ ଟଙ୍କା ହୋଇଛି । ଗତକାଲି ଡିଜେଲ ୯ ପଇସା ଓ ସେପ୍େଟମ୍ବର ୩୦ରେ ଏହା ୩୮ ପଇସା ମହଙ୍ଗା ହୋଇଥିଲା ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲର ଲିଟର ପିଛା ଦର ପ୍ରାୟ ୯୮ ଟଙ୍କାରେ ପହଂଚିଛି । କୋଲକାତାରେ ପେଟ୍ରୋଲ ଦର ୧୦୨.୭୭ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୩.୫୭ ଟଙ୍କା , ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯.୮୦ ଟଙ୍କା ଓ ଡିଜେଲ ୯୫.୦୨ ଟଙ୍କାରେ ପହଂଚିଛି ।