ଭୁବନେଶ୍ୱର, ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଓଡ଼ିଶା ପୋଲିସ ମାତ୍ର ୪ଦିନରେ ପାସପୋର୍ଟ ଯାଂଚ ପ୍ରକ୍ରିୟା ଶେଷ କରିଛି । ଦେଶରେ ତ୍ୱରିତ ପାସପୋର୍ଟ ଯାଂଚ ପ୍ରକ୍ରିୟା କରିବାରେ ରାଜ୍ୟ ବେଶ ସଫଳତା ହାସଲ କରିଛି । ସବୁ ଥାନାକୁ ଟାବଲେଟ୍ ବଂଟନ କରାଯିବା ସହ ସ୍ୱତନ୍ତ୍ର ଆପ୍ ଇନଷ୍ଟଲ ହୋଇଛି । ଏହି ଆପ୍ ବ୍ୟତୀତ ସ୍ପେଶାଲ୍ ବ୍ରାଂଚ ଅଧିକ ସ୍ପଷ୍ଟ ଭାବେ ଭେରିଫିକେସନ୍ ଯାଂଚ କୁ ଗାଇଡ୍ କରିବା ସହ ମନିଟରିଂ କରିବା ଆରମ୍ଭ କରିଦେଇଛି । ଓଡିଶା ପୋଲିସ୍ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ପୂର୍ବରୁ ଅଗଷ୍ଟରେ ପାସପୋର୍ଟ ଯାଂଚ ପାଇଁ ୬ଦିନ ଲାଗୁଥିଲା । ସେପ୍ଟେମ୍ବର ମାସର ପ୍ରଥମ ୧୫ ଦିନ ବେଳକୁ ପାସପୋର୍ଟ ଭେରିଫିକେସନ ପାଇଁ ଓଡ଼ିଶା ପୋଲିସକୁ ୪ଦିନ ଲାଗିଥିଲା । ଏନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ।ଏଭଳି କାର୍ଯ୍ୟ ପାଇଁ ଥାନା ସ୍ତରରେ ପୋଲିସ କର୍ମଚାରୀ ଓ ଜିଲ୍ଲା ସ୍ତରରେ ଏସଏସପି ଓ ସ୍ପେଶାଲ ବ୍ରାଂଚକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।
ତେବେ ପୂର୍ବରୁ ୨୦୧୮ ଓ ୨୦୧୯ ମସିହାରେ ପାସପୋର୍ଟ ଯାଂଚ ପାଇଁ ୨୬ଦିନ ସମୟ ଲାଗୁଥିଲା । ପରେ ୨୦୨୦ରେ କରୋନା ଯୋଗୁଁ ଏଥିପାଇଁ ୩୬ ଦିନ ସମୟ ଲାଗିଥିଲା । ସେହିପରି ୨୦୧୭ରେ ୯୯ ଦିନ ଲାଗୁ ଥିବା ବେଳେ ୨୦୧୬ରେ ୯୦ ଦିନ ଏବଂ ୨୦୧୫ ମସିହା ବେଳକୁ ପାସପୋର୍ଟ ଯାଂଚ ପାଇଁ ୩୮ ଦିନ ସମୟ ଲାଗୁଥିଲା ।