ଗଞ୍ଜାମ,ବ୍ରହ୍ମପୁର କେନ୍ଦ୍ରୀୟ ଜେଲ୍ ରେ ଇ- ମୁଲାକାତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଇ- ମୁଲାକାତରେ ଘରେ ବସି ଭର୍ଚୁଆଲରେ କଏଦୀଙ୍କୁ ଭେଟିପାରିବେ ସେମାନଙ୍କର ସମ୍ପର୍କୀୟ । ଏଥି ସହିତ ଜେଲ୍ ର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ଶ୍ରୀ ଉପାଧ୍ୟାୟ । ସେହିପରି ଜେଲ୍ ରେ ଥିବା ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଏହା ବ୍ୟତୀତ ୧୫୦ ବର୍ଷର ପୁରୁଣା ସେଲ୍ ଗୁଡିକ ଭଙ୍ଗାଯାଇ ନୂତନ ସେଲ୍ ନିର୍ମାଣ କରାଯିବ । ମଣ୍ଡଳ ଜେଲ୍ ଅଧିନରେ ଥିବା ସମସ୍ତ ସବଜେଲ୍ ର ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଡ଼ିଜିଙ୍କ ଦ୍ୱାରା କରାଯାଇଥିବା ଏହି ନୂତନ ବ୍ୟବସ୍ଥାରେ ଅନ୍ତେବାସୀ ଓ ସେମାନଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।