
ଗଞ୍ଜାମ, ପିତୃ ପକ୍ଷରେ ପିଣ୍ଡଦାନ ଓ ପୂର୍ବଜ ମୃତକଙ୍କ ଅସ୍ଥି ବିସର୍ଜନ ପାଇଁ ଗଞ୍ଜାମ ଜିଲାର ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତିଙ୍କ ନେତୃତ୍ବରେ ଗତ ୨୫ ତାରିଖ ରାତିରେ ବ୍ରହ୍ମପୁରଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଜିଲ୍ଲାର ହିଞ୍ଜିଳିକାଟୁ, ପିତ୍ତଳ, ଶେରଗଡ ଓ ବ୍ରହ୍ମପୁର ଅଂଚଳରୁ ଶତାଧିକ ତୀର୍ଥଯାତ୍ରୀ ବାରାଣସୀ ଯାଇ ସେଠାରେ ଜୈନ ମନ୍ଦିରରେ ୨୬ ତାରିଖରେ ରାତ୍ରୀ ଯାପନ କରି ୨୭ ତାରିଖ ସକାଳେ ବନାରସ ଦଶ୍ୱାଶ୍ୱମେଧ ଗଙ୍ଗାଘାଟରେ ସ୍ନାନକରି କାଶୀ ବିଶ୍ୱନାଥ, ମା ଅନ୍ନପୂର୍ଣ୍ଣା ଓ କାଳଭୈରବଙ୍କ ଦର୍ଶନ ସହିତ ସଂନ୍ଧ୍ୟାରେ ଦିବ୍ୟ ଗଙ୍ଗା ଆଳତୀ ଦର୍ଶନ କରିଥିଲେ । ୨୮ତାରିଖରେ ତ୍ରିବେଣୀ(ପ୍ରୟାଗ)ରେ ଅସ୍ଥିବିସର୍ଜନ ଓ ଗଙ୍ଗା ସ୍ନାନ କରିଥିଲେ ଏବଂ ୨୯ ତାରିଖରେ ଏହି ଯାତ୍ରୀମାନେ ଗୟାଯାଇ ବିଷ୍ଣୁପାଦ ମନ୍ଦିର ଫଲଗୁ ନଦୀ କୂଳରେ ମହାଳୟା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରିଥିଲେ । ଏହାପରେ ଅପରାହ୍ନରେ ବୁଦ୍ଧଗୟା ପରିଦର୍ଶନ କରିଥିଲେ । ଗତକାଲି ରାତିରେ ଯାତ୍ରୀ ମାନେ ଓଡିଶା ଫେରି ପୁରୀ ଯାଇ ପ୍ରଭୂ ଜଗନ୍ନାଥଙ୍କ ଦର୍ଶନ କରି ଆଜି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଅବସରରେ ଶେରଗଡ଼ ମିଡିଆ ହାଉସ୍ ଓ ଗଞ୍ଜାମ ଜିଲା ଓୟୁ ଡବ୍ଲୁଜେ ପକ୍ଷରୁ ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।