ଭଦ୍ରକ – ଭଦ୍ରକ ସହରରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ନାମକୁ ମାତ୍ର ସହରାଳ ଥାନା ପୁଲିସ୍ ବାହାସ୍ପଟ ମାରି ଅପରାଧ ନିୟନ୍ରଣ କ୍ଷେତ୍ରରେ ନିଜକୁ ନିଜେ ସାବାସି ଦେଉଥିବାବେଳେ ବାସ୍ତବରେ ଫଳ ବିପରୀତ ଦେଖାଦେଇଛି। ଗତ ବର୍ଷକ ମଧ୍ଯରେ ସହରାଳରେ ୧୦ରୁ ଉଦ୍ଧ୍ର୍ବ ବାଇକ୍ ଡିକି ଭଂଗା ଟଙ୍କା ଲୁଟ୍ ଘଟଣାର ଅପରାଧୀ ଧରାପଡିନଥିବାବେଳେ ଆଜି ପୁଣି ଦିନ ଦ୍ବିପ୍ରହରରେ ଘଟିଛି ଆଉ ଏକ ଲୁଟ୍ ଘଟଣା। ପ୍ରସିଦ୍ଧ କାଳୀପୂଜା ଗହଳିର ସୁେଯାଗରେ ଲୁଟେରାମାନେ ଟାର୍ଗେଟ୍ କରିଛନ୍ତି ବିଭିନ୍ନ ଛକଜାଗା। ଆଜି ବନ୍ତଛକସ୍ଥିତ ଫସରି ମାର୍କେଟ୍ ନିକଟରେ ଦିନ ପ୍ରାୟ ୧୨ ଟା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲା ତିହିଡି ଥାନା ଅଧୀନସ୍ଥ ତଳଗୋପବିନ୍ଧା ଅଂଚଳର ମଦନ ନାୟକ ଷ୍ଟେଟ୍ବ୍ୟାଙ୍କରୁ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ୍ ଡିକିରେ ରଖô ଫିସରି କାର୍ଯ୍ୟାଳୟ ନିକଟ ମାର୍କେଟ୍ରୁ କିଛି ଜିନିଷ କିଣାକିଣି କରୁଥିଲେ। ଠିକ୍ ସେହି ସମୟରେ ତାଙ୍କ ଡିକି ଭାଙ୍ଗି ଏହି ଦୃବୁର୍ ଉକ୍ତ ଟଙ୍କାକୁ ଲୁଟିନେଇଛି। ଏହି ଘଟଣାରେ ସହରାଳ ଥାନାଧିକାରିଣୀ ସରୋଜିନୀ ସିଂ ଘଟଣାସ୍ଥଳରେ ପହô ତଦନ୍ତ ଆରମ୍ଭ କରିଛନ୍ତି। ତେବେ କାଳୀପୂଜା ଆରମ୍ଭରୁ ଲୁଟେରାମାନଙ୍କର ଏଭଳି ପ୍ରାଦୁର୍ଭାବ ପୁଲିସ୍ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଛି।
Related Stories
November 22, 2024