ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଯାଦବ ସମାଜ ନେତୃତ୍ଵ ରେ ଜିଲ୍ଲାର ତୃଣମୂଳ ସ୍ତରରରୁ ସଂଗଠନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଜିଲ୍ଲାର ୫ଗୋଟି ବ୍ଲକ ଓ ୨ଟି ଏନଏସିର କର୍ମକର୍ତ୍ତା ଚୟନ ହୋଇସାରିଥିବା ବେଳେ କେବଳ ଖଡିଆଳ ଏନଏସି ଯାବଦ ସମାଜ କର୍ମକର୍ତ୍ତା ଚୟନ ବିଧିବଦ୍ଧ ଭାବେ ହେବାର ବାକି ରହିଛି । ଏଣୁକରି ଖଡ଼ିଆଳ ଏନଏସି ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ ଶୀଘ୍ର କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଖଡିଆଳ ଏନଏସି ସଭାପତି ଖୁସିରାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନଏସି ସମ୍ପାଦକ ଦୁର୍ଜନ ନାଗ,ଉପସଭାପତି ଦୟା ଥପା, ଯୁବ କାର୍ଯ୍ୟକର୍ତ୍ତା ସୋମେଶ ହଂସ,ଖଡିଆଳ ବ୍ଲକ ଯାଦବ ସମାଜ ସଭାପତି କୀର୍ତ୍ତନ ପୋଡ, ଉପଦେଷ୍ଟା ତ୍ରିନାଥ ପୁଞ୍ଜି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଖଡ଼ିଆଳ ଏନଏସିର ଯାଦବ ସମାଜ କର୍ମକର୍ତ୍ତା ଚୟନ ବିଧିବଦ୍ଧ ଭାବେ କରିବା ପାଇଁ ଜିଲ୍ଲା ଯାଦବ ନେତୃମଣ୍ଡଳୀଙ୍କୁ ଆଜି ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି । ଜିଲା କମିଟିର ଅନୁମୋଦନ କ୍ରମେ ଦିନ ଓ ତାରିଖ ଧାର୍ଯ୍ୟ ସ୍ଥିର ହେଳା ପରେ ଏନଏସିର ନୂତନ କର୍ମକର୍ତ୍ତା ଚୟନ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତି ହୋଇଛି । ହି